ବାଣିଜ୍ୟ

କମିଲା ସୁନା ଦର

ନୂଆଦିଲ୍ଲୀ : ସୁନା-ରୂପା କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ ତାରିଖ ଅକ୍ଷୟ ତୃତୀୟା ପୂର୍ବରୁ ଆଜି ଅର୍ଥାତ୍ ଏପ୍ରିଲ ୧୭ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି ।

ଭାରତୀୟ ଗୋଲ୍ଡ ଏଣ୍ଡ ଜୁଏଲାରୀ ଆସୋସିଏସନର ତଥ୍ୟ ଅନୁସାରେ ଆଜି ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୭୦ ଟଙ୍କା ବା ୦.୨୮% ହ୍ରାସ ପାଇ ୬୦,୭୧୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୫୯,୨୫୦ ଟଙ୍କା ରହିଛି । ସେହିପରି ଆଜି ରୁପା ମଧ୍ୟ ଶସ୍ତା ହୋଇଛି । ଆଜି ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ଘଟି ୭୫,୫୭୦ ଟଙ୍କାରେ ପହଞ୍ଚିଛି ।

ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ସମୟରେ ସୁନାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ । ଯଦି ଆପଣ ବି ଅକ୍ଷୟ ତୃତୀୟା ପବିତ୍ର ଅବସରରେ ସୁନା କିଣିବାକୁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜି ଆପଣଙ୍କ ପାଖରେ ଶସ୍ତା ରେ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତୁ ଜାଣିବା ଆଜି ସୁନା-ରୁପା ମୂଲ୍ୟ କେଉଁ ଦରରେ ଉପଲବ୍ଧ ।

ଅନ୍ୟପକ୍ଷରେ ଫ୍ୟୁଚର ବଜାରରେ ବି ସୁନା ଦର  ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହେବା ପ୍ରଭାବରୁ ଭାରତରେ ବି କମୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *