ଧର୍ମ

ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କା ଦେଇଥିବା ମହନ୍ତଙ୍କ ମୃତ୍ୟୁ

ଭୋପଳ : ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କା ଦେଇଥିବା ମହନ୍ତଙ୍କ ମୃତ୍ୟୁ। ସୋମବାର ମଧ୍ୟପ୍ରଦେଶର ନରସିଂହପୁରରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମହନ୍ତ କନକ ବିହାରୀ ମହାରାଜଙ୍କ ମୃତ୍ୟୁ ହୋଇଛି। ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ଜଣକ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ମହନ୍ତ କନକ ବିହାରୀ ଦାସ ମହାରାଜ ୧କୋଟିରୁ ଅଧିକ ଦାନ କରି ଚର୍ଚ୍ଚାକୁ ଆସିଥିଲେ। ମହାରାଜଙ୍କ ଆଶ୍ରମ ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାର ନୋନିରେ ଥିଲା। କନକ ମହାରାଜ ୟୁପିର ପ୍ରୟାଗରାଜରୁ ଛିନ୍ଦବାଡାକୁ ଫେରୁଥିଲେ। ଏହି ସମୟରେ, ବରମାନ ସଗରୀ ଜାତୀୟ ରାଜପଥ ୪୪ରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ପ୍ରାଣ ହରାଇଛନ୍ତି।

ରଘୁବଂଶୀ ସମାଜର ନରସିଂହପୁର ଜିଲ୍ଲା ସଭାପତି ରାଜକୁମାର ରଘୁବଂଶୀ କହିଛନ୍ତି ଯେ ମହନ୍ତ କନକ ମହାରାଜଜୀ ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କା ଦାନ କରିଥିଲେ ଏବଂ ତାଙ୍କୁ ଫେବ୍ରୁଆରି ୧୦, ୨୦୨୪ରୁ ଅଯୋଧ୍ୟାରେ ହେବାକୁ ଯାଉଥିବା ଯଜ୍ଞ କରିବାର ଥିଲା। ଏହାର ପ୍ରସ୍ତୁତି ପାଇଁ ମହାରାଜଜୀ ରଘୁବଂଶୀ ସମାଜର ସମସ୍ତ ଗ୍ରାମକୁ ଯାଉଥିଲେ। ସୋମବାର ସେ ଛିନ୍ଦବାଡାକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି କାରଣରୁ ରଘୁବଂଶୀ ସମାଜରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *