ରାଜ୍ୟ

ବେଆଇନି ଦୋକାନ ଘରକୁ ଉଛେଦ କଲା ପ୍ରଶାସନ

ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ସୋରଣ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଚିଲିକା କୂଳ ପେଣ୍ଠସ୍ଥଳୀ ଠାରେ କିଛି ମୁଷ୍ଟିମେୟ ଲୋକେ ଦୀର୍ଘବର୍ଷ ଧରି ବେଆଇନି ଭାବେ ଦୋକାନ ଓ ଆଜବେଷ୍ଟ ଘର କରି ବେପାର ବାଣିଜ୍ୟ କରି ଆସୁଥିଲେ,ସରକାରୀ ଜାଗାକୁ ଜବର ଦଖଲ କରିଥିଲେ,ଯାହାକି ସାଧାରଣ ଲୋକଙ୍କୁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେବାକୁ ପଡ଼ୁଥିଲା ।ଏହି ବେଆଇନି ଘର ଓ ଦୋକାନ ଉଛେଦ କରିବା ପୂର୍ବରୁ ଚିଲିକା ତହସିଲଦାର ଦିଲିପି କୁମାର ଷଡ଼ଙ୍ଗୀ ଗତ୨୫:୩:୨୦୨୩ ରେ ଏକ ନୋଟିସ ଜାରିକରିଥିଲେ ଉଛେଦ କରିବା ପାଇଁ । ସରକାରୀ ଜାଗାକୁ ମାଡ଼ି ବସିଥିବା କିଛି ବ୍ୟକ୍ତି ନିଜେ ନିଜ ଆଡ଼ୁ ହଟାଇ ନଥିବା ବେଳେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚିଲିକା ତହସିଲଦାର ଉଚ୍ଚ ନ୍ୟାୟାଳୟ ଅଡ଼ର କୁ ମାନି ଆଜି ସୋରଣ ଓ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଚିଲିକା କୁଳ ପେଣ୍ଠସ୍ଥଳୀ ଠାରେ ବେଆଇନି ଦୋକାନ ଓ ଆଜବେଷ୍ଟ ଘର ଉଚ୍ଛେଦ କରିଛନ୍ତି ,ଏଥିରେ ସହଯୋଗ କରିଥିଲେ ମାନସିଂହପୁର ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା ,ଟାଙ୍ଗି ଥାନା ଓ କୁହୁଡ଼ି ଫାଣ୍ଡି ପୋଲିସ ଗ୍ରାମର ଗ୍ରାମବାସୀ ମାନେ ।

Leave a Reply

Your email address will not be published. Required fields are marked *