ରାଜ୍ୟ

ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ

ବାଲୁଗାଁ : ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି l ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ l ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି l ପ୍ରତ୍ୟେକ ଗ୍ରାମରେ କାର୍ଯ୍ୟକ୍ଷମ ହେଉନଥିବା ନଳକୂପ ଗୁଡିକ ଯଥାଶୀଘ୍ର ମରାମତି ପାଇଁ ଆରଡ଼ବ୍ଲୁଏସଏସ ବିଭାଗକୁ ନିର୍ଦେଶ ଦିଆଯାଇଛି l ବିଶେଷ କାରଣ ନ ଥିଲେ ବିଦ୍ୟୁତ କାଟ ନକରାଯିବାକୁ ବୈଠକରେ ଶୀତଲ ଅଗ୍ରୱାଲ ବିଦ୍ୟୁତ ବିଭାଗକୁ କଡା ତାଗିଦ କରିଥିଲେ l ତତସହିତ ମହାତ୍ମାଗାନ୍ଧୀ ରୋଜଗାର ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅଙ୍ଗନବାଡି ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରଚୁର ଓଆରଏସ ଯୋଗାଣ ସହ ଆମ୍ବୁଲାନ୍ସ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି l ନିଆଁ ଲାଗିଥିବା ସ୍ଥାନରେ ତ୍ୱରିତସେବା ଯୋଗାଇବାକୁ ଅଗ୍ନିଶମ ବିଭାଗକୁ ନିର୍ଦେଶ ସହ ବରିଷ୍ଠ ନାଗରିକମାନଙ୍କୁ କୌଣସି ଜରୁରୀ କାର୍ଯ୍ୟନଥିଲେ ଖରା ସମୟରେ ଘରୁ ନବାହାରିବାକୁ ବାରଣ କରାଯାଇଛି l ଏହି ପରିପ୍ରେକ୍ଷୀରେ ଅଂଶୁଘାତ ଜନିତ କ୍ଷୟକ୍ଷତି ଶୂନ୍ୟ କରିବା ଲକ୍ଷରେ ବାଣପୁର ପ୍ରଶାସନ ସଜାଗ ରହିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି l

Leave a Reply

Your email address will not be published. Required fields are marked *