ରାଜ୍ୟ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଆନୁଷ୍ଠାନିକ ପରିଦର୍ଶନ


ବାଲୁଗାଁ : ୧୯୮୮ ମସିହାରେ ଗଠନ ହୋଇଥିବା ବାଣପୁର ବାଲୁଗାଁ ରୋଟାରୀ କ୍ଳବକୁ ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରୀଆନ ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ଆଜି ସଂଧ୍ଯାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସଭା ଗୃହରେ କ୍ଳବର ଏକ ଚିତ୍ତାକର୍ଷକ ସଭା ସଭାପତି ରବିନାରାୟଣ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ରୋଟାରୀ ଗଭର୍ଣ୍ଣର , ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଜୋନାଲ ଚେୟାରମ୍ଯାନ ଶାକ୍ଯସିଂହ ପଟ୍ଟନାୟକ, ସଭାପତି, ସଂପାଦକ ମଞ୍ଚାସୀନ ହେବାପରେ ସମସ୍ତଙ୍କୁ ଫୁଲତୋଡା ଦେଇ ସମ୍ମାନୀତ କରାଯିବା ପରେ ଜାତୀୟ ସଂଗୀତ ଆବୃତି କରାଯିବା ସହ ସଭାରମ୍ଭ ହୋଇଥିଲା । ସରୋଜିନୀ ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତିଙ୍କ ବକ୍ତବ୍ଯ, ସଂପାଦକ ସୁନୀଲ କୁମାର ପାତ୍ର ବିବରଣୀ ପ୍ରଦାନ କରିଥିଲେ । ୨୦୨୨ ବି ଡି ଏସ ପରୀକ୍ଷାରେ ଉତ୍କଳ ବିଶ୍ବବିଦ୍ଯାଳୟ ଟପ୍ପର ବାଲୁଗାଁର ଡା.ଆଭାସ ଦାଶ, ଚିତ୍ରକଳାରେ ଲଳିତ କଳା ଏକାଡେମୀ ପୁରସ୍କାର ପାଇଥିବା ଶିତିକାନ୍ତ ସାମନ୍ତସିଂହାର, ବାଣପୁର ଡାକ୍ତରଖାନାର ସେବିକା ଅନୀତା ମହର୍ଷି, ବାଣପୁର ଏନ ଏ ସି ର ସଫେଇ କର୍ମଚାରୀ ମହେଶ୍ବର ନାୟକ ଏବଂ ଅଶୋକ ନାୟକ ଙ୍କୁ ମାନପତ୍ର ଓ ଉପଢୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯିବା ସହ ଜୋଛନା ଜାନୀ ଏବଂ ଜ୍ଯୋତ୍ସ୍ନାରାଣୀ ରଣାଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । ଜୋନାଲ୍ ଚେୟାର ତାଙ୍କ ବକ୍ତବ୍ଯରେ କ୍ଳବର ସମସ୍ତ କାର୍ଯ୍ଯକ୍ରମକୁ ପ୍ରଶଂସା କରିଥିଲେ । ଡି ଜି ସୁବୁଦ୍ଧି ଜିଲ୍ଲାର ୩୫ ବର୍ଷର ଏହି ପୁରାତନ କ୍ଳବ ପକ୍ଷରୁ କରାଯାଉଥିବା ସମସ୍ତ କାର୍ଯ୍ଯ ଯଥା ବାଣପୁର ବୃଦ୍ଧାଶ୍ରମର ଦାୟିତ୍ତ୍ବ ନେବା ଠାରୁ ବୃକ୍ଷରୋପଣ ଓ ତାର ରକ୍ଷଣା ବ୍ଯକ୍ଷଣ, ସ୍ବାସ୍ଥ୍ଯ ସେବା ଓ ଚକ୍ଷୁ ପରୀକ୍ଷା ଶିବିର ମାନ କରି ଔଷଧ ଓ ଚଷମା ବଣ୍ଟନ ଏବଂ ରକ୍ତଦାନ ଶିବିର କରି ରକ୍ତ ସଂଗ୍ରହ କରିବା ତଥା ଅଂଗଦାନ ପରି ମହତ ଦାନ ବିଷୟରେ ଜନ ସଚେତନତା ଆଦି କାର୍ଯ୍ଯ ମାନଙ୍କର ଭୁୟସୀ ପ୍ରଶଂସା କରିବା ସହ ରୋଟାରୀ ଫାଉଣ୍ଡେସନକୁ ଶତ ପ୍ରତିଶତ ଦାନ କରିବା ନେଇ ଅତ୍ଯନ୍ତ ଖୁସି ପ୍ରକଟ କରିଥିଲେ । ରବୀନ୍ଦ୍ରନାଥ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଗୋପାଳଚନ୍ଦ୍ର ନାୟକ, ନନ୍ଦକିଶୋର ମିଶ୍ର, ରବିନାରାୟଣ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ଯକ୍ରମରେ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ଓ ସଭ୍ଯ ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ ପାତ୍ର ସହଯୋଗ କରିଥିଲେ ଓ ବିପ୍ଳବ କୁମାର ମୁଦୁଲି ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *