ଦେଶ- ବିଦେଶ

ପୁଟିନ୍‌ଙ୍କ ସମାଲୋଚକଙ୍କୁ ୨୫ ବର୍ଷ ଜେଲଦଣ୍ଡ

ମସ୍କୋ, : ମସ୍କୋର ଏକ କୋର୍ଟ ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ଙ୍କ ସମାଲୋଚକ ଭ୍ଲାଡିମିର କାରା ମୁର୍ଜାଙ୍କୁ ଦେଶଦ୍ରୋହ ମାମଲାରେ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କରିବା ସହ ରୁଷୀ ସୈନ୍ୟ ସମ୍ପର୍କରେ ମିଛ ଖବର ପ୍ରଘଟ କରିବା ନେଇ ମୁର୍ଜାଙ୍କ ବିରୋଧରେ ଅଭିଯୋଗ ହୋଇଛି। ତେବେ ଏହି ରୁଷୀୟ -ବ୍ରିଟିଶ୍‌ ପୂର୍ବତନ ଖବରଦାତା ଏବଂ ରାଜନେତାଙ୍କୁ ଗିରଫ କରାଯାଇଛି। କିନ୍ତୁ ମୁର୍ଜାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

Leave a Reply

Your email address will not be published. Required fields are marked *