ମୁଖ୍ୟ ଖବର

ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ଶୁଣାଣି ହେବ। ଗତ ସୋମବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରି ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ କୋର୍ଟ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରିଥିଲେ। ଇତି ମଧ୍ୟରେ କେନ୍ଦ୍ର ଏକ ନୂତନ ଆବେଦନ ଦାଖଲ କରି କହିଛି ଯେ, କୋର୍ଟଙ୍କୁ ଏହା ଉପରେ ଶୁଣାଣି କରିବା ଉଚିତ୍‌ ନୁହେଁ। ଏଥିସହ କୋର୍ଟ ନିଜ ତରଫରୁ ବିବାହର ଏକ ନୂତନ ଅନୁଷ୍ଠାନ ସୃଷ୍ଟି କରିପାରିବେ ନାହିଁ ବୋଲି କେନ୍ଦ୍ର କହିଛି।

ଅନ୍ୟପଟେ ଏହା ଭାରତର ପାରିବାରିକ ବ୍ୟବସ୍ଥା ଭାରତର ଏକ ବୃହତ ଜନସଂଖ୍ୟା ବିରୋଧରେ ହେବ ବୋଲି କେନ୍ଦ୍ର କହିଛି। ଭାରତର ଏକ ବୃହତ ଜନସଂଖ୍ୟା ଛୋଟ ସହର ଏବଂ ଗ୍ରାମରେ ବାସ କରନ୍ତି। ଏହି ପ୍ରକାର ବିବାହକୁ ଆଇନଗତ ମାନ୍ୟତା ଦେବା ସମସ୍ତଙ୍କ ଉପରେ ପ୍ରଭାବ ପକାଇବ। ପ୍ରତ୍ୟେକ ଦିଗକୁ ବିଚାର କରି ଆଇନ ପ୍ରସ୍ତୁତ କରିବା ସଂସଦର କାର୍ଯ୍ୟ। ସୁପ୍ରିମକୋର୍ଟ ଏହା କରିବା ଉଚିତ୍‌ ନୁହେଁ।

Leave a Reply

Your email address will not be published. Required fields are marked *