ମହାନଗର

ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଇଡିର ବିରୋଧ

ଭୁବନେଶ୍ୱର,: ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ରହିଛନ୍ତି। ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ ଖଣ୍ଡଗିରି ଥାନା ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଜାମିନ ମିଳିନାହିଁ। ଇଡି ମାମଲାରେ ଅର୍ଚ୍ଚନାଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନର ସୋମବାର ଶୁଣାଣୀ ହୋଇଥିଲା। ଏହି ସମୟରେ ଅର୍ଚ୍ଚନାଙ୍କ ବେଲ ପିଟିସନ୍‌କୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲା। କାହିଁକି ଅର୍ଚ୍ଚନାଙ୍କୁ ଜାମିନ ଦିଆ ନ ଯିବ ସେନେଇ ଜବାବ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କୋର୍ଟ କହିଥିଲେ। ଜୁନ ୨୬ରେ ଥିବା ପରବର୍ତ୍ତୀ ଶୁଣାଣୀରେ ଇଡି ଏନେଇ ଜବାବ ଦାଖଲ କରିବ। ଅର୍ଚ୍ଚନାଙ୍କ ପକ୍ଷରୁ ଓକିଲ ବିଶ୍ୱଚନ୍ଦନ ମହାନ୍ତି କିଛି ଦିନ ତଳେ ହାଇକୋର୍ଟରେ ବେଲ୍‌ ପିଟିଶନ୍‌ ଦାଖଲ କରିଥିଲେ

Leave a Reply

Your email address will not be published. Required fields are marked *