ମନୋରଞ୍ଜନ

ଉର୍ଫିଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କୁ ଏବେ ହତ୍ୟା ଧମକ ମିଳିଛି।

ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଅଫିସରୁ ତାଙ୍କୁ ହତ୍ୟା ଧମକ ମିଳିଥିବା ଦାବି କରିଛନ୍ତି ଉର୍ଫି। ସେ କହିଛନ୍ତି ଯେ, ମୋତେ ନୀରଜ ପାଣ୍ଡେଙ୍କ ଅଫିସରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଗୋଟିଏ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ତାଙ୍କ ଅଫିସକୁ ଡାକିଥିଲେ। ହେଲେ ମୁଁ କଲ୍ କରିଥିବା ବ୍ୟକ୍ତିଙ୍କୁ ପ୍ରୋଜେକ୍ଟ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲି। ଏହା ଶୁଣି ସେ ରାଗିଯିବା ସହ ମୋତେ ଧମକ ଦେଇଥିଲେ। ସେ କହିଥିଲେ, ତୁମେ ନୀରଜ ପାଣ୍ଡେଙ୍କୁ ଅପମାନିତ କରିବାକୁ କିପରି ସାହସ କରୁଛ? ମୁଁ ତୁମ ଗାଡି ନମ୍ବର ଜାଣିଛି। ତୁମ ବିଷୟରେ ସବୁ କିଛି ଜାଣିଛି। ତୁମକୁ ମାଡ଼ ମାରି ମାରି ହତ୍ୟା କରାଯିବା ଉଚିତ୍। ମୁଁ ସବିଶେଷ ତଥ୍ୟ ଦେବାକୁ କହିଲି ବୋଲି ସେ ମୋତେ ଏଭଳି ଧମକ ଦେଇଛନ୍ତି।ତେବେ ଉର୍ଫିଙ୍କ ଏଭଳି ଦାବି ଉପରେ ଏପର୍ଯ୍ୟନ୍ତ ନିର୍ଦ୍ଦେଶକ ନୀରଜ ପାଣ୍ଡେ କୌଣସି ପ୍ରତିକ୍ରିୟ‌ା ରଖିନାହାନ୍ତି।

Leave a Reply

Your email address will not be published. Required fields are marked *