ରାଜ୍ୟ

ଈଶ୍ୱରନାଥ ଶମ୍ଭୁ ଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ


ନିମାପଡ଼ା : ସୋମବାର ଥିଲା ପବିତ୍ର ବୈଶାଖ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି l ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉନ୍ତି ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଈଶ୍ୱରନାଥ ଶମ୍ଭୁ ଙ୍କର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଯାଇଛି l ସକାଳ୪.୩୦ ରେ ପହଡ଼ ଖୋଲାଯିବାପରେ ମଙ୍ଗଳଆଳତି ପରେ ସ୍ନାନ ମାର୍ଜଣା କରାଯାଇ ସର୍ବସାଧାରଣଙ୍କ ନିମନ୍ତେ ପହଡ଼ ଖୋଲାଯାଇଥିଲା l ପରେ ସୂର୍ଯ୍ୟପୂଜା,ଅବକାଶ ଓ ବାଳଭୋଗ ନୀତି ସମ୍ପନ୍ନ ହେବାପରେ ଦିବା ୧୧ଘଟିକା ଠାରୁ ୧୦୮ କଳସ ସୁବାସିତ ଶୁଦ୍ଧ ଜଳରେ ରୁଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା l ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଦ୍ୱାଦଶୀ ହୋମ ଏବଂ ବ୍ୟଞ୍ଜନ ଲାଗି କରାଯାଇଥିଲା l ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ବଡ଼ସିଂହାର ନୀତି କରାଯାଇ ଦହି ପଖାଳ ଭୋଗ ଲାଗି କରାଯାଇ ପହୁଡ଼ ପଡିଥିଲା l ଅଷ୍ଟଶମ୍ବୁଙ୍କ ମଧ୍ୟରେ ଅନ୍ୟତମ ଈଶ୍ୱରନାଥଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି କିମ୍ବଦନ୍ତୀ ରହିଛି l ଆଜିର ସମସ୍ତ ନୀତିକାନ୍ତି ମନ୍ଦିରର ପୂଜାପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ସମାପନ କରିଥିଲେ l ଅପରପକ୍ଷରେ ଜିଉଁନ୍ତି ଗ୍ରାମର ଗ୍ରାମଦେବତୀ ମା ଜାଗୁଳାଇଙ୍କ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟମ ପ୍ରହର ନାମଯଜ୍ଞ ମହାସମାରୋହରେ ପାଳିତ ହେଉଅଛି l ମଙ୍ଗଳବାର ଦିନ ନଗରକିର୍ତ୍ତନ ଏବଂ ପୂର୍ଣ୍ଣାହୁତି କରାଯିବ ବୋଲି କର୍ତ୍ତା ପ୍ରଶାନ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି l ଏଥିପାଇଁ ଜିଉଁନ୍ତି ଗ୍ରାମ ଉତ୍ସବ ମୁଖର ହୋଇପଡିଛି l

Leave a Reply

Your email address will not be published. Required fields are marked *