ରାଜ୍ୟ

ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଲେ ସମୀକ୍ଷା ପାଣି

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରିଣୀ ସମୀକ୍ଷା ପାଣି l ସୁଶ୍ରୀ ପାଣି 2019 ବ୍ୟାଚ ଓଆରଏସ ଅଧିକାରିଣୀ ଅଟନ୍ତି l ସେ ଏହା ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ l ତେବେ ନିକଟରେ ଭୁବନେଶ୍ୱର ସ୍ଥିତ ‘ରୋଟି’ ରେ ପ୍ରଶିକ୍ଷଣ ସାରି ଆଜି ଚିଲିକା ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଛନ୍ତି ସୁଶ୍ରୀ ପାଣି l କାର୍ଯ୍ୟରେ ଯୋଗ ଦେଲା ପରେ ସମସ୍ତ ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ତେବେ ଚିଲିକା ତହସିଲ ଅଞ୍ଚଳରେ ଜନ ଅଭିଯୋଗ ର ସମାଧାନ,5T ଲାଗୁ କରିବା, ଡିମାରକେସନ ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା ଆଦି ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି l ସୂଚନା ଥାଉକି ଚିଲିକା ତହସିଲ ଏକ ବ୍ୟସ୍ତବହୁଳ ତହସିଲ ହୋଇଥିବା ବେଳେ ପୂର୍ବତନ ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆଙ୍କ କିଛି ମାସ ତଳେ ରଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପଦୋନ୍ନତି ହୋଇଥିବା ବେଳେ ଉକ୍ତ ପଦବୀ ଖାଲି ପଡିଥିଲା l

Leave a Reply

Your email address will not be published. Required fields are marked *