ମୁଖ୍ୟ ଖବର

ଘରୁ ମିଳିଲା ୩ ଜଣଙ୍କ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ବରଗଡ଼ : ବରଗଡ଼ ଜିଲା ଭେଡେନ୍‌ ଥାନା ନଧୀନ ଆଖିଫୁଟା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘରୁ ୩ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ହେଲେ, ଉକ୍ତ ଗ୍ରାମର ଟଙ୍କଧର ସାହୁ(୭୦), ପ୍ରଥମ ପତ୍ନୀ ଦ୍ରୌପଦୀ (୬୫) ଏବଂ ଦ୍ବିତୀୟ ୟ ପତ୍ନୀ ମାଧବୀ(୫୦) । ଘରେ ସ୍ବାମୀ ଟଙ୍କଧର ଓ ୨ ସ୍ତ୍ରୀ ଦ୍ରୌପଦୀ, ମାଧବୀଙ୍କ କ୍ଷତାକ୍ତ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ବରଗଡ଼ ଏସଡିପିଓ ଅମ୍ରିତ କୁମାର ପଣ୍ଡା, ଭେଡେନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ର ପ୍ରମୁଖ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି।  ୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ କିଏ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *