ମନୋରଞ୍ଜନ

ତେଜୁ, ଆମେ ତୁମକୁ ନେଇ ଗର୍ବିତ

ମୁମ୍ବାଇ: ଅନ୍ୟମାନଙ୍କ ମଧ୍ୟରେ ଟେଲି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଦାଦାସାହେବ ଫାଲକେ ପୁରସ୍କାର ବିତରଣ ଉତ୍ସବରେ ନିଜର କମାଲ ଦେଖାଇଥିଲେ। ଧାରାବାହିକ ନାଗିନ୍ ୬ରେ ତାଙ୍କ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ।

ପ୍ରେମିକା ଏତେ ବଡ଼ ସମ୍ମାନ ପାଇବା ପରେ ପ୍ରେମିକ ତଥା ଅଭିନେତା କରଣ କୁନ୍ଦ୍ରା ସୋମବାର ରାତିରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ। ଯେଉଁଥିରେ ସେ ତେଜସ୍ୱୀଙ୍କ ଆୱାର୍ଡ ଜିତିବା ବିଷୟରେ ତାଙ୍କ ବାପାଙ୍କୁ ସୂଚନା ଦେଉଥିବା ଦେଖାଯାଇଥିଲା। ଭିଡିଓରେ କରଣ ତାଙ୍କ ବାପାଙ୍କୁ ତେଜସ୍ବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଥିବା ବିଷୟରେ କହୁଛନ୍ତି। ଏହା ପରେ ତାଙ୍କ ବାପା କହୁଛନ୍ତି “ଚମତ୍କାର, ତେଜୁ ଆମେ ତୁମ ପାଇଁ ଗର୍ବିତ।” ଏହା ପରେ ପରେ କରଣ କହୁଛନ୍ତି “ମୁଁ ମଧ୍ୟ।”

ଏହା ପୂର୍ବରୁ ତେଜସ୍ବୀ ଓ କରଣ ବିବାହ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ପ୍ରେମ କାହାଣୀ ବିଗ୍ ବସ୍ ୧୫ରୁ ଆରମ୍ଭ ହୋଇଥିଲା। ବିଗ୍ ବସ ଘରେ ହିଁ ପରସ୍ପରକୁ ଭଲପାଇବସିଥିଲେ କରଣ-ତେଜସ୍ବୀ। ସେଠାରୁ ବାହାରିବା ପରେ ବି ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବ‌ା ସମୟ ସହ ବଢ଼ିଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା। ନିକଟରେ ଏହି ପ୍ରେମୀଯୁଗଳ ଏକ ରେଡିଓ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ କରଣ କୁନ୍ଦ୍ରାଙ୍କୁ ବିବାହ ପ୍ରସଙ୍ଗରେ ପଚରାଯିବା ପରେ ସେ କହିଥିଲେ ଯେ ମୁଁ ମାର୍ଚ୍ଚରେ ବିବାହ କରିବାକୁ ପ୍ରସ୍ତୁତ ଅଛି। କେବଳ ଏତିକି ନୁହେଁ କରଣ ଏହା ମଧ୍ୟ କହିଥିଲେ ଯେ ତାଙ୍କ ପରିବାର ସଦସ୍ୟ ମଧ୍ୟ ବିବାହ ପାଇଁ ପ୍ରସ୍ତୁତ। କିନ୍ତୁ କାମ ଶେଷ ହେଉନାହିଁ। ବିଗ୍ ବସ୍ ସରିବା ପରେ ତେଜସ୍ୱୀ ନାଗିନ ଧାରାବାହିକ କରିବା ଆରମ୍ଭ କରିଥିଲେ, ଯାହା ଶେଷ ହିଁ ହେଉନାହିଁ। ମୋତେ କେଉଁଠି ବି କହିବେ ମୁଁ ବିବାହ କରିବାକୁ ରାଜି। ସୁଟିଂ ସେଟରେ ବିବାହ ହେଲେ ବି ମୋର କୌଣସି ସମସ୍ୟା ନାହିଁ।

Leave a Reply

Your email address will not be published. Required fields are marked *