ଦେଶ- ବିଦେଶ

ଦିଲ୍ଲୀ-ମହାରାଷ୍ଟ୍ରରେ ହେବ ରାଜନୈତିକ ବିସ୍ଫୋରଣ: ସୁପ୍ରିୟା ସୁଲେ

ମୁମ୍ବାଇ : ଦିଲ୍ଲୀ ମହାରାଷ୍ଟ୍ରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ଏମପି ସୁପ୍ରିୟା ସୁଲେ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବଡ଼ ଧରଣର ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି। ଏହାକୁ ନେଇ ଏବେ ରାଜନୈତିକ ସ୍ଥିତି ଉଷ୍ଣ ହେବାରେ ଲାଗିଛି।
ସୁପ୍ରିୟା ସୁଲେଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଏନସିପି ନେତା ଅଜିତ ପାୱାରଙ୍କ ବିଷୟରେ ଆଲୋଚନା ଚାଲିଛି, ସେ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି।
ଆସନ୍ତା ପନ୍ଦର ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ଦୁଇଟି ବଡ ବିସ୍ଫୋରଣ ଘଟିବାକୁ ଯାଉଛି ବୋଲି ବଞ୍ଚିତ ବହୁଜନ ଅଘାଡିନେତା ପ୍ରକାଶ ଆମ୍ବେଡକର ଦାବି କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ସୁପ୍ରିୟା ଖବରଦାତାଙ୍କୁ କହିଛନ୍ତି, ହଁ ଗୋଟିଏ ରାଜନୈତିକ ବିସ୍ଫୋରଣ ଦିଲ୍ଲୀରେ ଏବଂ ଅନ୍ୟଟି ମହାରାଷ୍ଟ୍ରରେ ଘଟିବାକୁ ଯାଉଛି। ଆପଣମାନେ ଜାଣନ୍ତି ମୁଁ ବାସ୍ତବତାକୁ ସ୍ବୀକାର କରେ। ସେହି ଆଧାରରେ ମୁଁ ଏହା କହୁଛି।

ଅଜିତ ପାୱାର ଭାଜପାରେ ଯୋଗଦେବା ପ୍ରଶ୍ନ ନେଇ ସେ କହିଛନ୍ତି, ଆପଣମାନେ ଅଜିତ ଦାଦାଙ୍କୁ କାହିଁକି ଏ ବିଷୟରେ ପଚାରୁ ନାହାନ୍ତି ? ମୁଁ ଏହା ବିଷୟରେ କିଛି ଜାଣି ନାହିଁ। ଜଣେ ଜନ ପ୍ରତିନିଧୀ ଭାବରେ ମୋତେ ଅନେକ କାମ କରିବାକୁ ପଡୁଛି। ଏଭଳି ଗପସପ କରିବାକୁ ମୋର ସମୟ ନାହିଁ ।

ସେ ଏହା ମଧ୍ୟ କହିଛନ୍ତି , ଅଜିତ ପାୱାର ଦାଦା ଦିନକୁ ୨୪ ଘଣ୍ଟା କାମ କରନ୍ତି, ଖବରଦାତାଙ୍କ ସହ କଥାବାର୍ତ୍ତା କରିବାକୁ ତାଙ୍କ ପାଖରେ ସମୟ ନ ଥାଏ।

Leave a Reply

Your email address will not be published. Required fields are marked *