ମନୋରଞ୍ଜନ

ସାମନ୍ଥାଙ୍କ ଫିଲ୍ମ ‘ଶକୁନ୍ତଳମ’ ବକ୍ସ ଅଫିସରେ ଫ୍ଲପ୍‌

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଫିଲ୍ମ ‘ଶକୁନ୍ତଳମ’ ପରଦାରେ ରିଲିଜ ହୋଇଯାଇଛି। ଏହି ଫିଲ୍ମ ପାଇଁ ସାମନ୍ଥା କଠିନ ପରିଶ୍ରମ କରିଥିଲେ। ହେଲେ ବକ୍ସ ଅଫିସରେ ଫିଲ୍ମଟି ସେତେଟା ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଫଳରେ ଫିଲ୍ମଟି ଫ୍ଲପ୍‌ ହୋଇଛି। ଯାହାକୁ ନେଇ ଅଭିନେତ୍ରୀ ଟେନ୍‌ସନରେ ଥିବା ଜଣାପଡିଛି। ନିକଟରେ ଅଭିନେତ୍ରୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ଚିନ୍ତିତ ଦେଖାଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, ‘ଶକୁନ୍ତଳମ’ ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ୨.୭ କୋଟି ଟଙ୍କା ଆୟ କରିଛି। ଅନ୍ୟପକ୍ଷରେ, ଦ୍ୱିତୀୟ ଦିନରେ ଫିଲ୍ମର ସଂଗ୍ରହ ୧.୫୫କୋଟି, ତୃତୀୟରେ ୧.୪ କୋଟି ଟଙ୍କା ସଂଗ୍ରହ କରିଛି। ଯଦି ଆମେ ଚତୁର୍ଥ ଦିନରେ ଫିଲ୍ମର ରୋଜଗାର ବିଷୟରେ ଆଲୋଚନା କରିବା, ତେବେ ସୋମବାର ଫିଲ୍ମର ସଂଗ୍ରହ ପ୍ରାୟ ୬୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *