ରାଜ୍ୟ

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ସ୍କୁଟି, ଶିକ୍ଷୟିତ୍ରୀ ଗୁରୁତର

ବାଣପୁର:- ବୁଧବାର ସକାଳେ ବାଣପୁର ଥାନା ଅନ୍ତର୍ଗତ ଟାକିଆ ଶଙ୍ଖ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି।ପ୍ରାପ୍ତ ଖବର ମୁତାବକ ଗୋଦାବରୀଶ ବିଦ୍ୟାପୀଠର ଇଂରାଜୀ ଶିକ୍ଷୟିତ୍ରୀ ଶୁଚିସ୍ମିତା ବଳ (୩୦ ବର୍ଷ) ନିଜର ସ୍କୁଟି ଯୋଗେ ସକାଳେ ରେଲୱେ ଷ୍ଟେସନରୁ ସ୍କୁଲ ଅଭିମୁଖେ ଯାଉଥିଲେ। ଏହି ସମୟରେ ବାଣପୁର ନିକଟସ୍ଥ ଟାକିଆ ଶଙ୍ଖ ଆଗରେ ଯାଉଥିବା ଏକ ୧୬ ଚକିଆ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ହଠାତ୍ ବ୍ରେକ୍ ମାରିବାରୁ ଶୁଚିସ୍ମିତାଙ୍କ ସ୍କୁଟିଟି ଟ୍ରକ୍ ପଛପଟେ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଶୁଚିସ୍ମିତାଙ୍କର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ସେ ଅଚେତ ହୋଇଯାଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବାଣପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶଥାଉକି, ବାଣପୁର ବଜାର ଅଞ୍ଚଳ ସଂକୀର୍ଣ୍ଣ ଥିବାସତ୍ୱେ ଭାରିଯାନ ଗୁଡିକ ବଜାର ଭିତରକୁ ପ୍ରବେଶ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ତେଣୁ ସ୍କୁଲ ସମୟ ଭିତରେ ଭାରିଯାନ ପ୍ରବେଶକୁ ଅନୁମତି ନଦେବାକୁ ସାଧାରଣରେ ବାରମ୍ବାର ଅଭିଯୋଗ ହୋଇ ଆସୁଅଛି। ରିପୋର୍ଟ ଲେଖାହେଲା ବେଳକୁ ଥାନାରେ କୌଣସି ମାମଲା ଦାୟର ହୋଇନଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *