ବିଶେଷ

ମୁଖ୍ୟରାସ୍ତା ପାଶ୍ୱ ରେ ଗଛ ଲଗାଇ ଚର୍ଚ୍ଚା ରେ ପରିବେଶବିତ ସୁଶାନ୍ତ


ନିମାପଡା: ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଖରାରେ ଆଉଟୁ ପାଉଟୁ ହୋଇ ଗଛ ଛାଇ ଟିକେ ଖୋଜୁଛନ୍ତି ବିଶ୍ରାମ ନେଇ ଥକ୍କା ମେଣ୍ଟାଇବାକୁ।ସେମାନଙ୍କ ଇଚ୍ଛା କୁ ପୂରଣ କରିଛନ୍ତି ନିମାପଡା ଅଞ୍ଚଳ ର ସୁଶାନ୍ତ କୁମାର ପ୍ରଧାନ ନାମକ ଜଣେ ପରିବେଶବିତ। ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି।ନିଜ ଜୀବନ କୁ ସମାଜ ସେବା ରେ ଉତ୍ସର୍ଗ କରିଥିବା ଏହି ପରିବେଶବିତ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ସର୍ବାପଡା ଗ୍ରାମର ସୁଶାନ୍ତ କୁମାର ପ୍ରଧାନ। ନିମାପଡା ଠାରୁ ଗୋପ ମୁଖ୍ୟରାସ୍ତା ର ଦୁଇ ପାଶ୍ଵରେ ସେ ଦୁଇ ବର୍ଷ ହେଲା ଦୁଇ ଲକ୍ଷ ଗଛ ଚାରା ଲଗାଇଥିଲେ। ବର୍ତ୍ତମାନ ସେହି ଚାରା ବିରାଟକାୟ ଗଛ ରେ ପରିଣତ ହୋଇ ପଥଚାରୀ ଯାତ୍ରୀ ମାନଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଆଶ୍ରୟସ୍ଥଳ ପାଲଟିଛି।ସୁଶାନ୍ତ ସଂସାର ର ମୋହ ତ୍ୟାଗ କରି ନିଜେ ଅବିବାହିତ ରହି ପରିବେଶ କୁ ନିଜ ପରିବାର ପରି ଭଲ ପାଇ ଆସୁଛନ୍ତି ।ସରକାର ଙ୍କ ବିନା ସାହାର୍ଯ୍ୟ ରେ ନିଜ ପକେଟ ରୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପ୍ରକାର ଗଛ ଚାରା କିଣି ବିଭିନ୍ନ ସ୍ଥାନ ରେ ସରକାରୀ ଜମି ରେ ଲଗାଇଛନ୍ତି। ଗଛ କିପରି ବଡ ହେବ ପ୍ରତେକ ଦିନ ଗଛ ମୂଳରେ ପାଣି ଦେବା, ଗଛ ମୂଳରୁ ଘାସ ବାଛିବା ତାଙ୍କର ଏକପ୍ରକାର ଅଭ୍ୟାସ ପାଲଟିଯାଇଛି। ତାଙ୍କ ମାଆ ସେବତୀ ଓ ବାପା ନରେନ୍ଦ୍ର ପ୍ରଧାନ ପୁଅ ର ଏପରି କାର୍ଯ୍ୟ କୁ ଦେଖି ଆତ୍ମବିଭୋର ହୋଇପଡିଛନ୍ତି। ସମାଜସେବା କରି ତାଙ୍କ ପୁଅ ଆତ୍ମସନ୍ତୋଷ ପାଉଥିବା
ଦେଖି ସେମାନେ ବି ତାଙ୍କ କାର୍ଯ୍ୟକୁ
ପ୍ରଶଂସା କରିଛନ୍ତି। କୋଣାର୍କ – ଭୁବନେଶ୍ୱର ମୁଖ୍ୟ ରାସ୍ତା କଡ଼ରେ ଗଛ ଛାଇ ଟିକେ ପାଇ ଅଟକି ଯାଉଥିବାପଥଚାରୀ,ଯାତ୍ରୀ,ପର୍ଯ୍ୟଟକ ମାନେ ସୁଶାନ୍ତ ଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ସାଧୁବାଦ ଜଣାଉଛନ୍ତି। ସୁଶାନ୍ତ ଙ୍କ ବୃକ୍ଷରୋପଣ କାର୍ଯ୍ୟ ଏବେ ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *