ରାଜ୍ୟ

ପୁରୀ ଜିଲ୍ଲାର ୧୧ ପୋଲିସ ଅଫିସରଙ୍କ ବଦଳି


ନିମାପଡ଼ା: ପୁରୀ ଜିଲ୍ଲାର ୧୧ ଜଣ ପୋଲିସ ଅଫିସର ଙ୍କୁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ.କନୱାର ବିଶାଳ ସିଂ ବଦଳି କରିଛନ୍ତି ।୬ ଜଣ ଏସ ଆଇ ଏବଂ ୫ ଜଣ ଏ ଏସ ଆଇ ଙ୍କ ର ବଦଳି ହୋଇଛି ।ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଥିବା ଏସଆଇ ଚିତ୍ତରଞ୍ଜନ ଦାସ ଓ ସଦର କୋର୍ଟ ର ଏସଆଇ ପ୍ରସନ୍ନ କୁମାର ମିଶ୍ର ଙ୍କୁ ସିଂହଦ୍ଵାର ଥାନାକୁ ବଦଳି ହୋଇଛି ।ସାତପଡ଼ା ଫାଣ୍ଡିରେ ଥିବା ଏସ ଆଇ ଅଶୋକ ଗୋଚ୍ଛାୟତ ଙ୍କୁ ନିମାପଡ଼ା ଥାନାକୁ ,ବାସେଳୀ ସାହି ଥାନାରେ ଥିବା ଏସ ଆଇ ସତ୍ୟନାରାୟଣ ପାଢ଼ୀ ଙ୍କୁ ଆର ଏସ ଆଇ ସେକ୍ସନ କୁ ,ବ୍ରହ୍ମଗିରି ଥାନା ଏସ ଆଇ ନାରାୟଣ ପ୍ରଧାନ ଙ୍କୁ ସାତପଡ଼ା ଫାଣ୍ଡିକୁ ,ନୂଆହାଟ ଫାଣ୍ଡି ରେ ଥିବା ଏସ ଆଇ ବାବୁଲି ପ୍ରଧାନ ଙ୍କ ର ସଦର କୋର୍ଟ କୁ ବଦଳି ହୋଇଛି ।ବ୍ରହ୍ମଗିରି ଥାନା ର ଏ ଏସ ଆଇ ଫକିର ଚରଣ ଭୋଇ ଙ୍କୁ ସିଂହଦ୍ଵାର ଥାନାକୁ ,ଚାରିଛକ ଥାନାର ଏ ଏସ ଆଇ ଶିଶିର କୁମାର ମହାନ୍ତି ଙ୍କୁ ନିମାପଡ଼ା ଥାନାକୁ ,ବଳଙ୍ଗା ଥାନା ର ଏ ଏସ ଆଇ ପ୍ରହଲ୍ଲାଦ ବରାଳ ଙ୍କୁ ସିଂହଦ୍ଵାର ଥାନାକୁ ,ନୟାହାଟ ଫାଣ୍ଡିର ଏ ଏସ ଆଇ ସୁକାନ୍ତ କୁମାର ଦାସ ଙ୍କୁ ସିଂହଦ୍ଵାର ଥାନାକୁ ଓ ଟାଉନ ଥାନା ଏ ଏସ ଆଇ ସୁବ୍ରତ କୁମାର ଦାସ ଙ୍କୁ ନୟାହାଟ ଫାଣ୍ଡିକୁ ବଦଳି ହୋଇଛି ।ତୁରନ୍ତ ନୂତନ ସ୍ଥାନ ରେ କାର୍ଯ୍ୟ ରେ ଯୋଗଦେବାକୁ ବଦଳି ଆଦେଶ ପାଇଥିବା
ଏସ ଆଇ ଓ ଏ ଏସ ଆଇ ମାନଙ୍କୁ
ଜିଲ୍ଲା ଏସ ପି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *