ରାଜ୍ୟ

ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

ଜୟପୁର: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ, ହୋଟେଲ ଆଦିରେ ଓଡ଼ିଆ ନାମ ଫଳକ (ସାଇନ୍ ବୋର୍ଡ) ଲଗାଇବା ବାଧ୍ୟତାମୂଳକ। ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ବୈଠକ କରିଥିବା ଜୟପୁର ଚାମ୍ବର ଅଫ କମର୍ସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ  ରାଜେନ୍ଦ୍ର ମାଝୀ, ଯୁଗ୍ମ ଶ୍ରମ କମିସନର ପ୍ରସନ୍ନ କୁମାର ପାଣିଗ୍ରାହୀ ଜିଲ୍ଲାର ଜୟପୁର, କୋଟପାଡ ଓ ସେମିଳିଗୁଡା ଆଦିର ଚାମ୍ବର ଅଫ କମର୍ସର କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିଥିବା ସୂଚନା ମିଳିଛି।ଆସନ୍ତା ୧୫ଦିନ ମଧ୍ୟରେ ନାମଫଳକ ନ ଲଗାଇଲେ ପ୍ରଶାସନ ପକ୍ଷରୁ ଚଢ଼ଉ କରି ଜରିମାନା ଆଦାୟ କରାଯିବ। ପ୍ରଥମ ଥର ପାଇଁ ୫ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଜରିମାନା ଆଦାୟ କରାଯିବାକୁ ବୈଠକରେ ନିଷ୍ପତି ହୋଇଥିବା ସୂଚନା ମିଳିଛି। ‌ଯଦି ଏହାକୁ କେହି ଅବମାନନା କଲେ ଶେଷରେ ଦୋକାନ ଏବଂ ପ୍ରତିଷ୍ଠାନ ଅଧିନିୟମ ଅନୁଯାୟୀ ଲାଇସେନ୍ସ ବି ପ୍ରଶାସନ ବାତିଲ କରିବ ବୋଲି କୁହାଯାଇଥିବା ଜୟପୁର ଚାମ୍ବର ଅଫ କମର୍ସ ପକ୍ଷରୁ ସବୁ ଦୋକାନୀଙ୍କୁ ସୂଚନା ଦିଆଯାଇଛି। ଏହାକୁ ନେଇ ପୌରପାଳିକାର ମଇଳା ସଂଗ୍ରହ ଗାଡ଼ି ଦ୍ବାରା ପ୍ରଚାର ଓପ୍ରସାର କରାଯିବ।

Leave a Reply

Your email address will not be published. Required fields are marked *