ଦେଶ- ବିଦେଶ

ୟେମେନରେ ଦଳା ଚକଟା, ୮୦ରୁ ଅଧିକ ମୃତ

ସାନା, : ବୁଧବାର ବିଳମ୍ବିତ ରାତିରେ ୟେମେନର ରାଜଧାନୀରେ ଏକ ବିଦ୍ୟାଳୟରେ ହେଉଥିବା ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳା ଚକଟା ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାରେ ୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସାନାର ମଧ୍ୟଭାଗରେ ଥିବା ଓଲ୍ଡ ସିଟିରେ ଶହ ଶହ ଗରିବ ଲୋକ ବ୍ୟବସାୟୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ।
ହୁତି ବିଦ୍ରୋହୀଙ୍କ ଅଲ-ମେସେରା ସାଟେଲାଇଟ ଟିଭି ଚ୍ୟାନେଲ ଅନୁଯାୟୀ ସାନାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ମୋଟାହର ଅଲ-ମାରୁନି ମୃତ୍ୟୁସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଦ୍ରୋହୀମାନେ ସଙ୍ଗେ ସଙ୍ଗେ ସେହି ବିଦ୍ୟାଳୟକୁ ସିଲ କରିଥିଲେ ଏବଂ ଖବରଦାତାଙ୍କ ସମେତ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସଶସ୍ତ୍ର ହୁତିମାନେ ଫାଙ୍କା ଗୁଳି ଚଳାଇଥିଲେ। ତେବେ ଗୁଳି ଏକ ବୈଦ୍ୟୁତିକ ତାରରେ ବାଜି ବିସ୍ଫୋରଣ ହୋଇଥିଳା। ଏହାଦ୍ୱାରା ସହାୟତା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଏହାର ତଦନ୍ତ ଚାଲିଛି

Leave a Reply

Your email address will not be published. Required fields are marked *