ରାଜ୍ୟ

ସେକେଣ୍ଡ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ରମେଶ ଚନ୍ଦ୍ର ମାଝୀ

ଭୁବନେଶ୍ୱର : ଗତ ତା 06/04/2023 ରିଖ ଦିନ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀ କୁ ଜଳପଥ ଦେଇ ଲଞ୍ଚ ଯୋଗେ 40 କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ପ୍ରଥମ ଥର ଯନ୍ତ୍ରୀ ରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ବାସି ବହୁତ ଉଲ୍ଲାସ ର ସହ ଉକ୍ତ ସାଂସଦ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କୁ ସ୍ବାଗତ କରିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ଯନ୍ତ୍ରୀ ବାସୀଙ୍କ ମୁଖ୍ୟ ଗ୍ରୀଭାନ୍ସ ଥିଲା ଯନ୍ତ୍ରୀ ଠାରୁ ପ୍ରାୟ ଏକ କିଲୋମିଟର ଆରାପଦର୍ ଠାରୁ ମୁଦୁଲିଗୁଡା କୁ ସଂଯୋଗ ନିମନ୍ତେ ବ୍ରିଜ ନିର୍ମାଣ l ଏହି ଏକ କିଲୋମିଟର ବିଶିଷ୍ଟ ବ୍ରିଜ ନିର୍ମାଣ ହେଲେ ଯନ୍ତ୍ରୀ ଓ ଅଣ୍ଡିରାପାଲି ସମେତ ଆଖପାଖ ପଡୋଶୀ ପଞ୍ଚାୟତ ବାସି କମ ସମୟରେ ବାୟାପଡା ଓ ମୁଦୁଲିଗୁଡା ଦେଇ ଶୀଘ୍ର ପହଞ୍ଚି ପାରିବେ l

ଇତି ଗ୍ରୀଭାନ୍ସ ଅବସରରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ସେହି ସ୍ଥାନକୁ ଯାଇ ଦେଖି ଅଂଚଳବାସୀଙ୍କ ସମସ୍ୟା କୁ ଅନୁଧ୍ୟାନ କରି ବ୍ରିଜ ପାଇଁ ସହଯୋଗର ହାତ ବଢ଼ାଇ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ l ପ୍ରତିଶ୍ରୁତି ମୁତାବକ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ଏହି ଏକ କିଲୋମିଟର ବିଶିଷ୍ଟ ସେକେଣ୍ଡ ଗୁରୁପ୍ରିୟା ବ୍ରିଜ ନିର୍ମାଣ ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି l ଉକ୍ତ ସେକେଣ୍ଡ ଗୁରୁପ୍ରିୟା ନିର୍ମାଣ ହେଲେ ସ୍ୱାଭିମାନ ଅଞ୍ଚଳ ର ଉପାନ୍ତ ଦୁର୍ଗମ ପଞ୍ଚାୟତ ବାସି ଯଥା ଯନ୍ତ୍ରୀ, ଅଣ୍ଡିରାପାଲି, ନାକାମାମୁଡି ତଥା ପଡୋଶୀ ପଞ୍ଚାୟତବାସି ଉପକୃତ ହେବେ l

Leave a Reply

Your email address will not be published. Required fields are marked *