ରାଜ୍ୟ

ଜଳୁଛି ବେଆଇନ ଇଟାଭାଟି, ଜନଜୀବନ ଅସ୍ତବ୍ୟସ୍ତ


ନିମାପଡ଼ା: ଗତ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଏବଂ ଟାଇଁଟାଇଁ ଖରା ପୁରା ଜନଜୀବନ କୁ ଅସ୍ତବ୍ୟସ୍ତ କରି ସାରିଲାଣି। ସବୁଠି ପ୍ରାୟ ୪୦ ଡିଗ୍ରୀ ତାପମାତ୍ରା।‌ ଗ୍ରୀଷ୍ମ ପ୍ରବାହ ବେଳେ ପୁରୀ ଜିଲ୍ଲା ର ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ରେ ଗଢି ଉଠିଥିବା ବେଆଇନ ଇଟା ଭାଟି ର ଧୂଆଁ ଆଉ ନିଆଁ ଜନ ସାଧାରଣ ଙ୍କୁ ଅଧିକ କଲବଲ କରୁଛି। ସବୁ ଦେଖି ପ୍ରଶାସନ ଚୁପ ବସିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।‌ ପୁରୀ ଜିଲ୍ଲା ନିମାପଡ଼ା ତହସିଲ ଅନ୍ତର୍ଗତ କଳାପାଞ୍ଚଣ, ଭୋଦର ପଞ୍ଚାୟତ ସମେତ ଚାରିଛକ ଓ ଆଖପାଖ ଅଞ୍ଚଳ, ଗୋପ ତହସିଲର ନୟାହାଟ
ଓ ଏହାର ଆଖପାଖ ଅଞ୍ଚଳ, କାକଟପୁର ତହସିଲ ର ମୁଳାଗଡ,
ଗମ୍ଭାରୀପଦା ଓ ଏହାର ଆଖପାଖ ଅଞ୍ଚଳ, ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ
ଜିଉନ୍ତି, କେନ୍ଦ୍ରାପ଼ଟି ଓ ଏହାର ଆଖପାଖ ଅଞ୍ଚଳ ରେ ଶହ ଶହ ବେଆଇନ ଇଟାଭାଟି ଏବେ ଜଳୁଛି।
ପ୍ରଭାବଶାଳୀ ବ୍ୟକ୍ତି ମାନେ ବ୍ୟବସାୟିକ ମନୋବୃତ୍ତି ରଖି ବେଆଇନ ଭାବରେ ଜନବସତି ଏବଂ ରାସ୍ତା କଡ଼ରେ ଚଳାଇଛନ୍ତି ବେଧଡକ ଇଟା ପୋଡା। ଫଳରେ ବଢୁଥିବା ତାପମାତ୍ରାକୁ ଇଟାପୋଡା ଯୋଗୁଁ ତାପମାତ୍ରା ଅଧିକ ଅନୁଭବ ହେବା ସହ ପରିବେଶ ଧୂଳି ଧୂଆଁ ରେ ପ୍ରଦୂଷିତ ହେବାରେ ଲାଗିଛି। ରାଜସ୍ବ ବିଭାଗ ଲୋକ ଦେଖାଣିଆଁ ଭାବେ ହାତ ଗଣତି କିଛି ବ୍ୟକ୍ତି ଙ୍କ ଠାରୁ ରାଜସ୍ୱ ଆଦାୟ କରି ଆଉ ସମସ୍ତ ଇଟାଭାଟି ମାଲିକମାନଙ୍କ ଠାରୁ ମୋଟା ଅଙ୍କର ପାଉଣା ଆଦାୟ କରି ଇଟାଭାଟି ମାଲିକମାନଙ୍କୁ ଖରା ଦିନରେ ଇଟା ପୋଡିବା ପାଇଁ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଇଟା ପୋଡିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ ଙ୍କ ଆଦେଶ ଆଣିବା ନିୟମ ଅଛି କିନ୍ତୁ ଏହି ଅଞ୍ଚଳ ରେ ଏହାକୁ କୌଣସି ଇଟାଭାଟି ମାଲିକ ପାଳନ କରୁନାହାନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟ ରେ କିପରି ଇଟା ପୋଡା ହେଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି।‌ଏ ସବୁ ଅଭିଯୋଗ ସମ୍ପର୍କରେ ନିମାପଡ଼ା ତହସିଲ ଅନ୍ତର୍ଗତ ଚାରିଛକସ୍ଥିତ ବ୍ରହ୍ମକୁଣ୍ତି ରାଜସ୍ବ ବିଭାଗ ନିରୀକ୍ଷକ ଙ୍କୁ ପଚାରିବାର ସେ କିଛି କହିବେ ନାହିଁ ବୋଲି କହିଥିଲେ। କାହା ପ୍ରୋତ୍ସାହନ ରେ ଆଇନ କାନୁନକୁ ମୋଡି ମକଚି ଦିନ ଦ୍ବିପହରରେ ୪୦ ଡିଗ୍ରୀ ତାପମାତ୍ରା ଥିବା ସମୟରେ ଇଟାଭାଟି ଜଳାଯାଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକ ମାନେ ପୂର୍ବରୁ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ
। ‌ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ବେଆଇନ ଭାବେ ଜଳୁଥିବା ଇଟାଭାଟି କୁ ବନ୍ଦ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ
ଦାବି ହେଉଛି।

Leave a Reply

Your email address will not be published. Required fields are marked *