ମୁଖ୍ୟ ଖବର

୩୬ଘଣ୍ଟା ପରେ ରାଜ୍ୟରେ କମିବ ତାପମାତ୍ରା

ଭୁବନେଶ୍ବର: ଆଗାମୀ ୩୬ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୫ଡିଗ୍ରି ଛୁଇଁପାରେ। ଆଜି ୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଛି। କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧରେ ମଧ୍ୟ ହିଟ ୱେଭ ସ୍ଥିତି ରହିଛି।

ଗୁରୁଚାପ ବଳୟ ଆଗାମୀ ୨୪ ଘଣ୍ଟାରେ ଦୁର୍ବଳ ହେବାର ସମ୍ଭାବନା ରହୁଛି। ତେଣୁ ତାତି କମିବା ପାଇଁ ଆହୁରି ୩୬ ଘଣ୍ଟା ଲାଗିବ। ତେବେ ଆସନ୍ତାକାଲି ବି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ।

ଓଡ଼ିଶା ଉପକୂଳ ବଙ୍ଗୋପସାଗର ପାଖାପାଖି ଏକ ଗୁରୁଚାପ ବଳୟ ଆସୁଛି। ତେଣୁ ତାର ପ୍ରଭାବରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରିବ। ଏହାର ପ୍ରଭାବରେ କାଳ ବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୨୨ ତାରିଖରୁ ତାପମାତ୍ରା ୨ରୁ ୪ଡିଗ୍ରି କମିବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *