ରାଜନୀତି

ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ

ଜଗତସିଂହପୁର -: ଜନବିରୋଧୀ ନରେନ୍ଦ୍ର ମୋଦୀ ସରକାରଙ୍କ କବଳରୁ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସାମ୍ବିଧାନିକ ସୁରକ୍ଷା ତଥା ଦେଶ ବଞ୍ଚାଅ ଓ ବେଦାନ୍ତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି।
ବିଜେପି ନେତୃତ୍ବଧିନ କେନ୍ଦ୍ର ସରକାର ବିରୋଧୀ ଦଳର ସ୍ବରକୁ ଚପାଇ ଦେବାକୁ ଯେଉଁ ହୀନ ଉଦ୍ୟମ କରୁଛନ୍ତି,ତାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ CBI ଓ ED କୁ ହାତବାରିସ କରି ବିରୋଧୀ ଦଳର ନେତାମାନଙ୍କୁ ଅଗଣତାନ୍ତ୍ରିକ ଭାବେ ହଇରାଣ ହରକତ କରୁଥିବାରୁ ତାକୁ କଂଗ୍ରେସ ଦଳ ଦୃଢ ଭାବରେ ପ୍ରତିବାଦ କରୁଛି। ସେହିଭଳି‌ ଓଡ଼ିଆ ସରକାର ଅହେତୁକ ଅନୁକମ୍ପା ଦେଖାଇ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ପ୍ରଦାନ କରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା।
ପ୍ରଦେଶ କଂଗ୍ରେସ ସଭାପତି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥନୀ ପ୍ରତିମା ମଲ୍ଲିକ,ପୌରାଧକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧକ୍ଷ ତଥା ପ୍ରଦେଶ କଂଗ୍ରେସ ସମ୍ପାଦକ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ଵର ପଣ୍ଡା,ମହନୀ ଚରଣ ରାଉତ, ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଦୀପ୍ତିରାଣୀ ପ୍ରଧାନ, ପାରାଦୀପ ନଗର କଂଗ୍ରେସ ସଭାପତି ଅନୁପ କୁମାର ସାହାଣୀ, କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ରମେଶ ଦାସ, ଏରସମା ବ୍ଲକ କଂଗ୍ରେସ ସଭାପତି ବଲ୍ଲଭାନନ୍ଦ ସ୍ବାଇଁ, ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ବିକ୍ରମ ପରିଡ଼ା, ନାଉଗାଁ ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା, ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ, ଜଗତସିଂହପୁର ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ପାରିଷଦ କ୍ରିନ୍ସପ୍ରିୟ ପରିଜା, ଜଗଦାନନ୍ଦ ପଢିହାରୀ, ରାଜ୍ୟ ଛାତ୍ର କଂଗ୍ରେସ ଉପ ସଭାପତି ସୁନିଲ କୁମାର ମାଟିଆ, ବରିଷ୍ଠ ନେତା ବୈଷ୍ଣବ ଚରଣ ନାୟକ,ନାଥ କାଣ୍ତି,ପ୍ରଦିପ୍ତ କୁମାର ସାହୁ,ଦେବଦ୍ୟୁତି ପୃଷ୍ଟି, ଅଶୋକ ଦାସ, ନୂତନ ତ୍ରିପାଠୀ,ଶରତ କୁମାର ସ୍ବାଇଁ,,ବିଜୟ କୁମାର ବେହେରା, ସ୍ବସ୍ତି ପ୍ରକାଶ ମିଶ୍ର, ବିଶ୍ବଜିତ ମହାନ୍ତି, ନାରାୟଣ ନାୟକ, ନିରଞ୍ଜନ ସେନ, ଦେବେନ୍ଦ୍ର ବେହେରା, ମାନସ ରଥ, ରଜନୀକାନ୍ତ ଚୌଧୁରୀ, କେଦାର ଦଳେଇ, ସୂର୍ଯ୍ୟକାନ୍ତ ସାହୁ, ଲିପୁ ମହାନ୍ତି, ଅକ୍ଷୟ କୁମାର ମହାନ୍ତି, ପ୍ରିୟମ୍ବଦା ପାଣି,ଦାସରଥୀ ସ୍ବାଇଁ,, ଆର୍ତ୍ତତ୍ରାଣ ପଣ୍ଡା,ମାନସ ଗୋଛାୟତ, ରମାକାନ୍ତ ମହାନ୍ତି,, ବିଶ୍ବଜିତ ଦାସ, ପ୍ରଦ୍ୟୁମ୍ନ କିଶୋର ଚଇନୀ, ରବିନ୍ଦ୍ର ମଲ୍ଲିକ, ଚିତ୍ରସେନ ସାହୁ, କିଶୋର ପଟ୍ଟନାୟକ, ମନୋରଞ୍ଜନ ଜେନା, ସରୋଜ କୁମାର ନାୟକ, ପ୍ରଭାକର ଜେନା,ଦିଲ୍ଲିପ କୁମାର ମହାନ୍ତି, ଅଶୋକ ଭୋଇ, ହିମାଂଶୁ ବେହେରା,ସଂଜୟ ସ୍ବାଇଁ,ନାରାୟଣ କାନୁନଗୋ, କୈଳାସ ଦାସ, କାର୍ତ୍ତିକ ମଲ୍ଲିକ,ତପନ ସ୍ବାଇଁ, ଅବନୀକାନ୍ତ ମହାରଣା, ସିଦ୍ଧାର୍ଥ ତ୍ରିପାଠୀ, ପୂର୍ଣଚନ୍ଦ୍ର ପ୍ରଧାନ, ସୁବାସ ଚାନ୍ଦ, ଜାନକୀ ମାହର୍ବ୍ଦା, ଅମ୍ବିକା ପ୍ରସାଦ ମହାନ୍ତି, ପିତବାସ ସ୍ବାଇଁ,ଶେଖ ଇସଲାମ ଅଲ୍ଲୀ, ଆର୍ତ୍ତତ୍ରାଣ ବିଶ୍ବାଳ, ଗଂଗାଧର ଖଟୁଆ,ସଂଜୟ ସ୍ବାଇଁ,ଶଂଙ୍କର ଚରଣ ଦାସ, ଉଲ୍ଲାସ ବେହେରା, ନିରଞ୍ଜନ ମହାପାତ୍ର, ଉପେନ୍ଦ୍ର ଦାସ,ଶୁକାନ୍ତ କୁମାର ମହାପାତ୍ର, ଉମେଶ ସ୍ବାଇଁ, ମନୋରଞ୍ଜନ ମହାନ୍ତି,ଦିପ୍ତି ରଞ୍ଜନ ସାହୁ,ସୁଦର୍ଶନ ଭୋଇ,ମୁରଲୀ ଭୋଇ,ରବି ଆଚାର୍ଯ୍ୟ, ବାବାଜୀ ଜେନା, ସୁକାନ୍ତ ବେହେରା,ଗୌତମ ମଲ୍ଲିକ, ପିତବାସ ସ୍ବାଇଁ, ପବିତ୍ର ପରିଡ଼ା,ଲକ୍ଷ୍ମୀଧର ମଲ୍ଲିକ, ଶୁଭେନ୍ଦୁ ଭୋଳ, ବାବୁଲି ମାହାର, ଜ୍ଞାନ ମହାନ୍ତି,ଅଜୟ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *