ଦେଶ- ବିଦେଶ

ମହିଳା କମିଶନ ଅଧ୍ୟକ୍ଷାଙ୍କ ବିବାଦୀୟ ବୟାନ

ଚଣ୍ଡିଗଡ଼,୨୦।୪: ହରିୟାଣା ମହିଳା କମିଶନ ଅଧ୍ୟକ୍ଷା ରେନୁ ଭାଟିଆଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଭାଟିଆ ଗୋଟିଏ ପଟେ ଲିଭ ଇନ ରିଲେସନଶିପ ଆଇନର ପରିବର୍ତ୍ତନ ଦାବି କରିଛନ୍ତି, ଅନ୍ୟପଟେ ସେ କହିଛନ୍ତି ଲିଭ ଇନ ରିଲେସନଶିପ ଆଇନରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଯେଉଁ ଗାଇଡଲାଇନ କରାଯାଇଛି ସେଥିପାଇଁ ତାଙ୍କୁ ମହିଳାଙ୍କ ସହ ଜଡିତ ମାମଲାକୁ ସମାଧାନ କରିବାକୁ ନିଜ ହାତକୁ ବାନ୍ଧିବାକୁ ପଡୁଛି। ଭାଟିଆ ପ୍ରେମ ନାମରେ ଶାରୀରିକ ଶୋଷଣ ଘଟଣାକୁ ନେଇ କହିଛନ୍ତି, ‘ଓୟୋ ରୁମକୁ ଯୁବତିମାନେ ହବୟନୁମାନଙ୍କ ଆଳତି କରିବାକୁ ଯାଆନ୍ତି ନାହିଁ, ଏଠାକୁ ଯିବା ପୂର୍ବରୁ ଆପଣମାନେ ମନେ ରଖନ୍ତୁ ଏଠି ଆପଣମାନଙ୍କ ସହ କିଛି ଭୁଲ ହୋଇପାରେ।

Leave a Reply

Your email address will not be published. Required fields are marked *