ମନୋରଞ୍ଜନ

ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଶେଷ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପର ବିଧାୟକ ରାଘବ ଚଢ଼ାଙ୍କ ସମ୍ପର୍କକୁ ନେଇ ‌ଚର୍ଚ୍ଚା ଦିନକୁ ଦିନ ଜୋର ଧରିଛି। କିନ୍ତୁ ଏଯାବତ ପରିଣୀତି ଓ ରାଘବ ନିଜ ସମ୍ପର୍କକୁ ନେଇ କୌଣସି ପ୍ରକାର ମୁହଁ ଖୋଲି ନାହାନ୍ତି। ଦୁହିଁଙ୍କୁ ଯେତେ‌‌ବେଳେ ବି ଏସମ୍ପର୍କ ବିଷୟରେ ପଚରାଯାଏ ସାମାନ୍ୟ ହସି ଦେଇ ଘଟଣାସ୍ଥଳରୁ ଚାଲି ଯାଆନ୍ତି।

ପରିଣୀତି ଓ ରାଘବଙ୍କ ସମ୍ପର୍କୁ ନେଇ ଅଭିନେତ୍ରୀଙ୍କ ବାପା ପ୍ରତିକ୍ରିୟା ‌ଦେଇ କହିଥି‌‌ଲେ, ‘ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ସମୟ ଆସିଲେ ସମସ୍ତଙ୍କ ପାଖରେ ଖବର ଅପଣାଛାଏଁ ପହଞ୍ଚିଯିବ।’

ପରିଣୀତି ଓ ରାଘବଙ୍କ ନିକଟରେ ନିର୍ବନ୍ଧ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା।  ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ରାଘବ ଓ ପରିଣୀତିଙ୍କ ବିବାହ ଅକ୍ଟୋବରରେ ହୋଇପାରେ। ତେବେ ଦୁହିଁଙ୍କ ନିର୍ବନ୍ଧ କିନ୍ତୁ ଶେଷ ହୋଇଯାଇଥିବା ସୂଚନା ମିଳିଛି। ତେବେ ପରିଣୀତିଙ୍କ ବିବାହ ଯୋଜନା ଏଭଳି ସମୟ ଅନୁସାରେ ପ୍ରସ୍ତୁତ ହେବ ଯେମିତି ପ୍ରିୟଙ୍କା ଚୋପ୍ରା ବି  ସାମିଲ ହୋଇପାରୁଥି‌ବେ ବୋଲି କୁହାଯାଉଛି।

ସେହିପରି ପରିଣୀତିଙ୍କୁ ଏଇକିଛିଦିନ ମଧ୍ୟରେ ପ୍ରାୟତଃ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରାଙ୍କ ଘରେ ପାଖରେ ଦେଖିବାକୁ ମିଳୁଛି। କୁହାଯାଉଛି ପରିଣୀତି ତାଙ୍କ ବିବାହର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

କିଛି ଦିନ ପୂର୍ବରୁ ଆପ ନେତା ସଞ୍ଜିବ ଆରୋରା ଓ ସିଙ୍ଗର ହାର୍ଡି ସାନ୍ଧୁ ଏହି ଲଭ ବାର୍ଡଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ। ଆଉ ଏହାପରଠାରୁ ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି

Leave a Reply

Your email address will not be published. Required fields are marked *