ରାଜ୍ୟ

ଆର ସି ଏମ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି

ଭୁବନେଶ୍ୱର ତା : ଶିକ୍ଷାର ପ୍ରସାର ଦିଗରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିବା ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ବ୍ଲକ କହ୍ନେଇପୁର ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଆଗାମୀ ଏପ୍ରିଲ ୨୨ ଓ ୨୩ ଦୁଇଦିନ ବ୍ୟାପି ମହା ସମାରୋହରେ ଆୟୋଜିତ ହେବ । ଏଥିରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ,ଜନଜାତି , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନ ସେବା ମନ୍ତ୍ରୀ ଜଗନ୍ନାଥ ସାରକା ତଥା ଶ୍ରୀକାନ୍ତ ସାହୁ ମାନ୍ୟଵର ମନ୍ତ୍ରୀ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ,ମାନ୍ୟବର ସାଂସଦ ପ୍ରମିଳା ସ୍ବାଇଁ ଓ ମାନ୍ୟବର ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମଦିନର ପ୍ରଥମ ଅଧିବେଶନରେ ବିଦ୍ୟାଳୟର ମୁଖପତ୍ର ପ୍ରଜ୍ଞାପୀଠ ଲୋକାର୍ପିତ ହେବା ସହିତ ରାଜା ବହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ । ଦୁଇଦିନ ବ୍ୟାପି ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ପୁରାତନ ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ଗୁରୁ ପୂଜନ ସହିତ ୧୯୬୩ ମସିହାରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ସ୍ମୃତି ଚାରଣ କରିବେ ।
ସୁବର୍ଣ୍ଣ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟ ପରିସର ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାପତି ହାଡିବନ୍ଧୁ ମାଳିଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସମ୍ପାଦକ ଡ଼କ୍ଟର ପ୍ରଭାକର ତ୍ରିପାଠୀ ,ଶିକ୍ଷାବିତ ଭିକାରି ଚରଣ ମହାପାତ୍ର ,ଇଂଜିନିୟର ସୁଧୀର କୁମାର ମହାପାତ୍ର ,ହରିହର ମହାପାତ୍ର ,ଭବାନୀ ଶଙ୍କର ସାହୁ ,ଚିତ୍ତ ରଞ୍ଜନ ଦାଶ ,ଦିଲୀପ କୁମାର ସୁବୁଦ୍ଧି,ପ୍ରକାଶ ସାସମଲ,ପ୍ରଫୁଲ୍ଲ ଚନ୍ଦ୍ର ସାହୁ ,ରଙ୍କନାଥ ସିଂହ ,ରଂଜିତ ସୁବୁଦ୍ଧି ,ଗଣେଶ ମହାରଣା ,ଗଣେଶ ଦିହୁଡ଼ି ,ପ୍ରଧାନ ଶିକ୍ଷକ ସନାତନ ଜାଲି,ପବନା ସ୍ବାଇଁଙ୍କ ସମେତ ଶତାଧିକ ପୁରାତନ ବିଦ୍ୟାର୍ଥୀ ,ଶିକ୍ଷକ ଓ ବୁଦ୍ଧିଜୀବୀ ଯୋଗଦାନ କରି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସଫଳ କରିବା ପାଇଁ ଦାୟିତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *