ମହାନଗର

ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର ଗଲା ବାସଭବନ , ରବିବାର ହେବ ଶେଷକୃତ୍ୟ

କଟକ: ଜଗତସିଂହପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ସିଏମ୍‌ସି ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ପ୍ରଥମେ କଟକ ମହାନଗର ନିଗମ (ସିଏମ୍‌ସି) କାର୍ଯ୍ୟାଳୟରେ ପହଁଚିଥିଲା। ସିଏମସି ପକ୍ଷରୁ ମେୟର ସୁବାଷ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, କମିସନର ନିଖିଲ ପୱନ କଲ୍ୟାଣ, ପୂର୍ବତନ ମେୟର ଅନିତା ବେହେରା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପରେ ମରଶରୀରକୁ ତାଙ୍କ ଶେଖ ବଜ଼ାରସ୍ଥିତ ବାସଭବନକୁ ନିଆଯାଇଥିଲା। ଶେଷରେ ଅନ୍ତେଷ୍ଟି ପାଇଁ ଅଡଶପୁରସ୍ଥିତ ତାଙ୍କ ପୈତୃକ ବାସ ଭବନକୁ ନିଆଯାଇଛି। ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ହେବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜଣେ ସଚ୍ଚୋଟ ଜନ ସେବକ ଭାବରେ ସ୍ୱର୍ଗତ କାନୁନଗୋ କେବଳ କଟକ ନୁହେଁ ସମଗ୍ର ରାଜ୍ୟରେ ବେଶ ଜଣାଶୁଣା ଥିଲେ। କଟକ ମୁନି୍ସପାଲଟିରେ ସେ ନଗରପାଳ ଥିବା ସମୟରେ ସହର ସଫେଇ ଓ ମଶା ନିପାତ କ୍ଷେତ୍ରରେ ନେଇଥିବା ପଦକ୍ଷେପ ଓ କାର୍ଯ୍ୟ ପ୍ରଣାଳୀ ବେଶ ପ୍ରଭାବ ପକାଇଥିଲା, ଯାହା ଆଜିବି ସମସ୍ତଙ୍କ ମନରେ ରହିଛି ବୋଲି ମତ ବ୍ୟକ୍ତ ପ୍ରକାଶ ପାଇଥିଲା।

ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭୂମିକା ନିର୍ବାହ କରୁଥିଲେ। ସେ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *