ମୁଖ୍ୟ ଖବର

ଭୁବନେଶ୍ବରରେ ତାପମାତ୍ରା କମିଲା ୧୩ ଡିଗ୍ରି

ଭୁବନେଶ୍ବର: ବିଗତ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି। ପ୍ରବଳ ଖରା ଓ ଗରମରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଫଳରେ ରାଜ୍ୟବ୍ୟାପି ତାପମାତ୍ରା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ବରରେ ପାରା ୧୩ ଡିଗ୍ରି ଖସିଛି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ତାପମାତ୍ରା ୨୯ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ୨୦ରେ ଭୁବନେଶ୍ବରରେ ୪୨.୬ ଡିଗ୍ରି ରେକର୍ଡ ହୋଇଥିଲା ବୋଲି ଆଞ୍ଚଲିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର : ୨୯.୦°
ବାଲେଶ୍ୱର :୩୧.୮°
ଚାନ୍ଦବାଲି : ୩୩.୦ °
ପାରାଦୀପ : ୨୮.୪°
ଗୋପାଳପୁର : ୩୬.୦°
ପୁରୀ :୩୫.୦°
ଝାରସୁଗୁଡା : ୩୭.୬°
କେନ୍ଦୁଝର : ୨୮.୬°
ସମ୍ବଲପୁର : ୩୩.୦°
ହୀରାକୁଦ :୩୨.୦ °

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପାଗରେ ପରିବର୍ତ୍ତନ ଦେଖାଯାଇଛି। ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରି କରାଯାଇଛି। ସେହିପରି ଗୋପାଳପୁରରେ ୩୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

One thought on “ଭୁବନେଶ୍ବରରେ ତାପମାତ୍ରା କମିଲା ୧୩ ଡିଗ୍ରି

  • Sushanta Kumar Das

    Good news

    Reply

Leave a Reply

Your email address will not be published. Required fields are marked *