ରାଜ୍ୟ

ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ


ବାଣପୁର :- ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି l ଏହାର ସୁ ବିନିଯୋଗ ନିମନ୍ତେ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଧେଶ ଅଛି l ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପ୍ରଶାସନ ଯେଉଁ କେନ୍ଦ୍ର ଅଧୀନରେ ଗୃହ ନିର୍ମାଣ ହୋଇନାହିଁ ସେଠାରେ କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି l କିନ୍ତୁ କେନ୍ଦ୍ର ନିର୍ମାଣ ହେବାନେଇ ଜାଗା ନିରୂପଣ ଏବେ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି l ବହୁତ କ୍ଷେତ୍ରରେ ସ୍କୁଲ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ କେତେକ କେନ୍ଦ୍ରରେ ନିର୍ମାଣ ପାଇଁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି l
ପ୍ରକାଶ ଥାଉକି ବାଣପୁର ବ୍ଲକ ଅଧିନସ୍ଥ ଆୟତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲି ଗ୍ରାମର ସ୍କୁଲ ପରିସରରେ ଗୋପୀନାଥ ପ୍ରସାଦ ମୌଜାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବାର ନିଷ୍ପତିକୁ ପାଳଧୁଆ ପଲ୍ଲୀ ଗ୍ରାମବାସୀ ବିରୋଧ କରିଛନ୍ତି l ଉକ୍ତ ଅଭିଯୋଗ ପତ୍ର ସେମାନେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଓ ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ଦେଇଥିବା ବେଳେ ବିଡ଼ିଓ ଅଗ୍ରୱାଲ ଏହାକୁ ତନଖି କରି ନିଷ୍ପତି ନେବା ନିମିତ୍ତ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି l ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗୋପୀନାଥ ପ୍ରସାଦ ମୌଜାରେ ସରକାରୀ ଜାଗା ଥିବା ସତ୍ୱେ ଆମ୍ଭ ଗ୍ରାମର ସ୍କୁଲ ଭିତରେ କେନ୍ଦ୍ର ନିର୍ମାଣ କରିବାକୁ ଉକ୍ତ ଗ୍ରାମବାସୀ ଜୋରଜବରଦସ୍ତ ମସୁଧା ଚଳାଇଛନ୍ତି l ଯାହା ଫଳରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଖେଳକୁଦ ନିମନ୍ତେ ଜାଗା ସଂକୀର୍ଣ୍ଣ ହୋଇଯିବ l 4ବର୍ଷ ପୂର୍ବରୁ ଏହିଭଳି ନିଷ୍ପତିକୁ ଗ୍ରାମବାସୀ ବିରୋଧ କରିବା କାରଣରୁ ତାହା ବନ୍ଦ ହୋଇଥିବା ସ୍ଥଳେ ବର୍ତ୍ତମାନ ପୁଣି ମସୁଧା କରିବା ଦୁଃଖ ଓ ପରିତାପର ବିଷୟ l ତେଣୁ ଗ୍ରାମବାସୀ ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ବନ୍ଦ କରିବାକୁ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କୁ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *