ରାଜ୍ୟ

ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଦଳି ଦାବିରେ ଧାରଣା

ଚିଲିକା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଧ୍ୟକ୍ଷ ଏବଂ ସମସ୍ତ କାଉନସିଲର l କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ମନମୁଖୀ ଶାସନ ବିରୋଧରେ ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନେ l ସେମାନଙ୍କ ଅଭିଯୋଗ ମୁତାବକ କାର୍ଯ୍ୟନିବାହି ଅଧିକାରିଣୀ ଜନପ୍ରତିନିଧି ଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ କୌଣସି ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନାହାନ୍ତି l ସେହିପରି ଭାବେ 24 ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ବଦଳି ଦାବି ନେଇ ଧାରଣାରେ ବସି ରହିଛନ୍ତି ଜନପ୍ରତିନିଧି ମାନେ l ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷ l ଅପରପକ୍ଷେ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପାଢ଼ୀଙ୍କୁ ପଚାରିବାରୁ ସମ୍ପୃକ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି l ସେହିପରି ଭାବେ ସମସ୍ତ ଜନ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି ଏବଂ ଉନ୍ନୟନ କାର୍ଯ୍ୟ ଆଇନ ଅନୁଯାୟୀ ଅନୁଯାୟୀ ହେଉଥିବାର କହିଛନ୍ତି ଶ୍ରୀମତୀ ପାଢ଼ୀ l ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଜନ ପ୍ରତିନିଧିଙ୍କ ଧାରଣା ଜାରି ରହିଛି l

Leave a Reply

Your email address will not be published. Required fields are marked *