ମୁଖ୍ୟ ଖବର

ଅଟୋ ଓଲଟି ମହିଳା ଓ ଶିଶୁ ସମେତ ୩ ଜଣ ମୃତ

ଆର.ଉଦୟଗିରି: ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତ୍ରଗତ ନୂଆଗଡ ଠାରୁ କେରେଡ଼ାଙ୍ଗ ରାସ୍ତାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେରେଡାଙ୍ଗ ଘାଟି ରାସ୍ତାରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳା, ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୭ ଜଣ ଆହତ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଲୁକୋ ମଣ୍ଡଳ, ଡିଲି କର ଏବଂ ଗ୍ରାମର ପ୍ରତ୍ୟୁଷ କାର୍ଜି।ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ କେରେଡ଼ାଙ୍ଗ ଘାଟି ଦେଇ ନୂଆଗଡ଼ ଅଭିମୁଖେ ଆସୁଥିଲା। କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ କେରେଡାଙ୍ଗ ଘାଟି ରାସ୍ତାକଡ଼ରେ ଥିବା ଏକ ୨୦ ଫୁଟ ରାସ୍ତା ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ କୁଲେସିଂ ଗ୍ରାମର ଲୁକୋ ମଣ୍ଡଳ, ବଡ଼ପଦା ଗ୍ରାମର ଡିଲି କର ଏବଂ ଅନ୍ୟଜଣେ ଜଲାଙ୍ଗ ଗ୍ରାମର ପ୍ରତ୍ୟୁଷ କାର୍ଜିଙ୍କର ମୃତ୍ୟୁ ହୋଇଥିଲା। ଗୁରୁତ୍ୱର ଓ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦମକଳ ବିଭାଗ ୧୦୮ ଆମ୍ବୁଲାନ୍ସରେ ନେଇ ପ୍ରାଥମିକ ଚିକିତ୍ସା ଲାଗି ଖଜୁରୀପଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଆହତମାନଙ୍କ ମଧ୍ୟରୁ ଜଣକୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଆଉ ତିନି ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟରେ ଘଟଣା ସ୍ଥଳରେ ଆର.ଉଦୟଗିରି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *