ରାଜ୍ୟ

ଲୋକାୟୁକ୍ତଙ୍କ ଦ୍ଵାରା କଂକ୍ରିଟ ରାସ୍ତା ନିର୍ମାଣର ତଦନ୍ତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବାହାରଣା ପଞ୍ଚାୟତ କଦଳିବାରି ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ରେ ଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଆଜି ଲୋକାୟୁକ୍ତ ର ଉପନିର୍ଦ୍ଦେଶକ ସସ୍ମିତା ଲେଙ୍କା ଙ୍କ ସହିତ ପୁରୀ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ର ଦୁଇ ଜଣ ଯନ୍ତ୍ରୀ, ନିମାପଡ଼ା ବିଡିଓ , ବ୍ଲକ ର ସହକାରୀ ଯନ୍ତ୍ରୀ ସୁନିଲ ନନ୍ଦ ,କନିଷ୍ଠ ଯନ୍ତ୍ରୀ ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କବିରାଜ କାଣ୍ଡି ,ହେମନ୍ତ ଜେନା ,ସ୍ଥାନୀୟ ସରପଞ୍ଚ ଅମିତା ସ୍ବାଇଁ ପ୍ରମୁଖ କଦଳିବାରି ଗ୍ରାମ ରେ ପହଞ୍ଚି କଂକ୍ରିଟ ରାସ୍ତା ନିର୍ମାଣ ର ତଦନ୍ତ କରିଥିଲେ ।ରାସ୍ତାକାର୍ଯ୍ୟ ନିମ୍ନ ମାନର , ଚଉଡା, ଉଚ୍ଚତା ଓ ମାନ ଠିକ ନଥିବା ନେଇ ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ରାସ୍ତା ନିର୍ମାଣ ର ଦେୟ ଏ ପର୍ଯ୍ୟନ୍ତ ଠିକାଦାର ଙ୍କୁ ପ୍ରଦାନ କରାଯାଇନଥିବା କନିଷ୍ଠ ଯନ୍ତ୍ରୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି ।୨୦୨୧- ୨୨ ଆର୍ଥିକ ବର୍ଷରେ ଉକ୍ତ ରାସ୍ତା କୁ କଂକ୍ରିଟ କରାଯିବା ଲାଗି କାର୍ଯ୍ୟାଦେଶ ନମ୍ବର ୫୫୨/ ୨୧,୨୨ ରେ ଦିଆ ଯାଇଥିଲା।ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ୨୦୨୨ ମସିହା ମେ ୨୭ ରେ କାର୍ଯ୍ୟ ସମୂର୍ଣ୍ଣ ହୋଇଥିଲା ।ଉକ୍ତ ରାସ୍ତା ଲାଗି ୧.୫୦.୦୦୦.ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ।ଅଭିଯୋଗ ହେବାରୁ ଅଦ୍ୟାବଧି ବିଲ ବନ୍ଦ ଥିବା ଜଣାପଡିଛି । କ୍ଵାଲିଟି କଣ୍ଟ୍ରୋଲ
ଟିମ ପକ୍ଷରୁ ରାସ୍ତା ର ବିଭିନ୍ନ ସ୍ଥାନ ଖୋଳାଯାଇ ମାନ ପରୀକ୍ଷା କରାଯାଇଛି । ଏହି ରାସ୍ତା ନିର୍ମାଣ ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ଦୈନିକ ଆଞ୍ଚଳିକ ଖବର ରେ ଏ ସମ୍ପର୍କ ରେ ଏକ ଖବର ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *