ରାଜ୍ୟ

ଆମ୍ଵିଳିଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ


ନିମାପଡ଼ା : ପାଠପଢି ବଡ଼ ମଣିଷ ହୁଅ । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଥିଲେ ବି ନିଜର ଗାଁ ମାଟିକୁ ଭୁଲି ଯାଅନି’ ବୋଲି ଆମ୍ଵିଳିଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସରେ ଅତିଥିମାନେ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଆମ୍ଵିଳିଗାଁସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆମ୍ଵିଳିଗାଁ ବିକାଶ ପରିଷଦର ସପ୍ତମ ପ୍ରତିଷ୍ଠାଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିକାଶ ପରିଷଦର ସଭାପତି ରାଜକିଶୋର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା ମୁଖ୍ଯ ଅତିଥି, ଶିକ୍ଷାବିତ୍ ଗୋପୀନାଥ କର ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ରୂପେ ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, ଶିଶୁ ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଖଟୋଇ, ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ମହଲପଡା ସରପଞ୍ଚ ଶୀର୍ଷରଂଜନ ନାୟକ, ବିକାଶ ପରିଷଦର ଉପସଭାପତି ବାଉରୀବନ୍ଧୁ ସ୍ୱାଇଁ, କୋଷାଧ୍ୟକ୍ଷ ନିରଞ୍ଜନ ପରିଡ଼ା, ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଆମ୍ଵିଳିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ କିଟ୍ ଓ ପ୍ରଶଂସାପତ୍ର ବିତରଣ କରିଥିଲେ । ଆମ୍ଵିଳିଗାଁ ୟୁଜିୟୁପି ସ୍କୁଲର ପୂର୍ବତନ ମେଧାବୀ ଛାତ୍ର ପ୍ରତାପ କୁମାର ମହାରଣା ଆଇଆଇଟି, ଖଡ଼ଗପୁରରେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତାପଙ୍କ ଅଧ୍ୟୟନ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଆମ୍ଵିଳିଗାଁ ବିକାଶ ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା। ବିକାଶ ପରିଷଦର ଟ୍ରଷ୍ଟି ସାମ୍ବାଦିକ ସଂଜୟ ପତି ସଭାକୁ ସଂଯୋଜନା କରିଥିଲେ। ପରିଷଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସଂଗଠନର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ସମାଜସେବୀ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଷଦର ଟ୍ରଷ୍ଟି ଅକ୍ଷୟ କୁମାର ସ୍ବାଇଁ ଓ ଵିଷ୍ଣପ୍ରସାଦ ଦାଶ ଉତ୍ସଵ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *