ଅପରାଧ

ହଷ୍ଟେଲ ରୁମରୁ ମିଳିଲା ଆଇଆଇଟି ଛାତ୍ରଙ୍କ ମୃତଦେହ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସରେ ଜଣେ ଛାତ୍ରଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ମିଳିଛି  । ଛାତ୍ରଜଣକ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମଧ୍ୟ ଆତ୍ମହତ୍ୟା ସନ୍ଦେହ କରୁଛି। ତେବେ ପୁଲିସ ଏହି ମାମଲାର ଅନ୍ୟ ଦିଗ ଉପରେ ବି ତଦନ୍ତ କରୁଛି । ଆତ୍ମହତ୍ୟା କରିଥିବା ଛାତ୍ର ଜଣକ କେମିକାଲ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଓ ତାଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡ଼ିଛି । ଗତ ୪ ମାସ ମଧ୍ୟରେ ବିଭିନ୍ନ ଆଇଆଇଟିରେ ଆତ୍ମହତ୍ୟାର ଏହା ଚତୁର୍ଥ ଘଟଣା। ଯଦି ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୁଏ ତେବେ ବର୍ଷକ ମଧ୍ୟରେ ଏହା ଆଇଆଇଟି ମାଡ୍ରାସରେ ଚତୁର୍ଥ ଆତ୍ମହତ୍ୟା ଘଟଣା ହେବ।

ଗତ ଏପ୍ରିଲ ୩ ତାରିଖରେ  ଆଇଆଇଟି ମାଡ୍ରାସରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏହି ସମୟରେ ଜଣେ ଛାତ୍ର ନିଜ କୋଠରୀରେ ଆତ୍ମହତ୍ୟା କରିଥିଲେ। ୩୨ ବର୍ଷୀୟ ଛାତ୍ର ଜଣକ ପଶ୍ଚିମବଙ୍ଗର ବାସିନ୍ଦା ଏବଂ ଆଇଆଇଟିରୁ ପିଏଚଡି କରୁଥିଲେ। ନିଜ କୋଠରୀରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିବାର କିଛି ଘଣ୍ଟା ପୂର୍ବରୁ ଛାତ୍ର ଜଣକ ହ୍ଵାଟ୍ସଆପ୍ ଷ୍ଟାଟସ ପୋଷ୍ଟ କରି ଲେଖିଥିଲେ, ‘କ୍ଷମା କରନ୍ତୁ, ମୁଁ ବହୁତ ଭଲ ନୁହେଁ।

ପୁଲିସ କହିଛି ଯେ ସୋସିଆଲ ମିଡିଆ ପୋଷ୍ଟ ଦେଖି ଛାତ୍ରଙ୍କ ସାଙ୍ଗମାନେ ଭୟଭୀତ ହୋଇଯାଇଥିଲେ। ପରିସ୍ଥିତିର ଗମ୍ଭୀରତା ଦେଖି ସାଙ୍ଗମାନେ ତୁରନ୍ତ  ତାଙ୍କ ରୁମକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ  ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ଆମ୍ବୁଲାନ୍ସ ଡକାଯାଇ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହାପୂର୍ବରୁ ଆନ୍ଧ୍ରପ୍ରଦେଶର ଜଣେ ଛାତ୍ର ସେଠାରେ ଆତମହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *