ମହାନଗର

ଆଭା ପଞ୍ଜୀକରଣରେ ଏମ୍ସ ଭୁବନେଶ୍ବର ଦେଶରେ ଏକ ନମ୍ବର

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବର ଆଜି ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା) ପଂଜୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଭାରତର ସବୁ ଏମ୍ସ ତୁଳନାରେ ଭୁବନେଶ୍ବର ଏମ୍ସ ଆଜି ସର୍ବାଧିକ ୧୧୩୧ ଜଣଙ୍କୁ ଟୋକୋନ୍‌ ପ୍ରଦାନ କରି ଏକ ନମ୍ବର ସ୍ଥାନରେ ରହିଛି।

ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ମେଡିକାଲ ଅଧିକ୍ଷକ ଡ ଦିଲୀପ କୁମାର ପରିଡ଼ା ଓ ଆଇଟି ସେଲ୍‌ ଅଧ୍ୟକ୍ଷ ଡ ମନୋଜ କୁମାର ମହାନ୍ତିଙ୍କ ନେତୃତ୍ବରେ ଏହି ଉପଲବ୍ଧି ହାସଲ ହୋଇପାରିଛି।

ସୂଚନାଯୋଗ୍ୟଯେ ଆଭା ପଂଜୀକରଣ ବ୍ୟବସ୍ଥା ଚିକିତ୍ସା ପାଇଁ ନାମ ପଂଜୀକରଣକୁ ସହଜ କରିଛି। ଜଣେ ବ୍ୟକ୍ତି ଗୋଟିଏ ଥର ଆଭା ଆପ୍‌ସରେ ନାମପଂଜୀକରଣ କଲା ପରେ ଜୀବନବ୍ୟାପି ଏହା ପୁନର୍ବାର ଦରକାର ପଡ଼ିବ ନାହିଁ। ଅର୍ଥାତ ସଂପୃକ୍ତ ବ୍ୟକ୍ତିଙ୍କର ରେକର୍ଡ  କେନ୍ଦ୍ରୀୟ ସର୍ଭରରେ ରହିଯିବ। ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଡିଜିଟାଲ ହେଲ୍‌ଥ ମିସନର ଏକ ଅଂଶବିଶେଷ। ତେବେ ଏମ୍ସ ଭୁବନେଶ୍ବର ଏପର୍ଯ୍ୟନ୍ତ ଆଭା ମାଧ୍ୟମରେ ୩୧,୪୦୦ ଟୋକୋନ ଦେଇସାରିଛି। ଆଭା ନମ୍ବର ଏକ ୧୪ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ନମ୍ବର

Leave a Reply

Your email address will not be published. Required fields are marked *