ଦେଶ- ବିଦେଶ

ପୁଞ୍ଛ ଆତଙ୍କବାଦୀ ଆକ୍ରମଣରେ ରହିଛି ପାକିସ୍ତାନର କନେକ୍ସନ

ଜମ୍ମୁ, : ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତଥିବା ଜଣାପଡିଛି। ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର ପାକିସ୍ତାନ ସହ ସମ୍ପର୍କ ଥିବା ଅନୁମାନ କରାଯାଇଛି। ଏହି ଆକ୍ରମଣ ପାଇଁ ଜୈଶ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ପିପଲ୍ସ ଫାସିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ନିକୁ ଦାୟୀ କରିଛି।
ପୁଞ୍ଛରେ ହୋଇଥିବା ଆକ୍ରମଣକୁ ନେଇ ଏବେ ପର୍ଯ୍ୟନ୍ତ ୬ ଜଣଙ୍କୁ ଅଟକ ରଖାଯାଇଛି। ଏନଆଇଏ ବି ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ଏକାଠି କରୁଛି। ଅନ୍ୟପଟେ ଅନ୍ୟ ସୁରକ୍ଷା ଏଜନ୍ସି ଅନୁମାନ କରୁଛି କି ଘଟଣା ପରେ ଆତଙ୍କବାଦୀମାନେ ଗାଡିରେ ବସି ଫେରାର ହୋଇଯାଇଛନ୍ତି। ଏଜେନ୍ସି ଆହୁରି ମଧ୍ୟ କହିଛି କି ଆକ୍ରମଣରେ ୪-୫ ଜଣ ଆତଙ୍କବାଦୀ ସାମିଲ ହୋଇଥାଇପାରନ୍ତି। ହେଲେ ଏବେ ପର୍ଯ୍ୟନ୍ତ ଏହି ସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସି ନାହିଁ।

Leave a Reply

Your email address will not be published. Required fields are marked *