ଦେଶ- ବିଦେଶ

ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ

କାଠମାଣ୍ଡୁ, : ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ ନେଇ ଅର୍ଥଶାସ୍ତ୍ରୀ ଏବେ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି। ଏମାନେ କହିଛନ୍ତି, ମହଙ୍ଗାମାଡ ଉପରେ ନିୟନ୍ତ୍ରଣ ଆଣିବାକୁ ଯେଉଁ ପ୍ରକାର ପଦକ୍ଷେପ ନେବା କଥା, ସରକାର ଏବେ ପର୍ଯ୍ୟନ୍ତ ସେ ଦିଗରେ କିଛି କାମ କରି ନାହାନ୍ତି।
ନେପାଳ ସେଣ୍ଟ୍ରାଲ ବ୍ୟାଙ୍କ-ନେପାଳ ରାଷ୍ଟ୍ର ବ୍ୟାଙ୍କର ତାଜା ସଂଖ୍ୟା ଅନୁଯାୟୀ ମାର୍ଚ୍ଚ ମଧ୍ୟ ଭାଗରେ ଗୋଟିଏ ବର୍ଷ ପୂର୍ବ ତୁଳନାରେ ମୁଦ୍ରାସ୍ଫିତି ଦର ୭.୪୪ ପ୍ରତିଶତ ରହିଛି। ଅର୍ଥଶାସ୍ତ୍ରୀମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି କି ମୁଦ୍ରାସ୍ଫିତି ଦର ପୂର୍ବରୁ ବି ଉପରେ ଥିଲା। ସେଥିପାଇଁ ଏହି ବୃଦ୍ଧି ଅତ୍ୟଧିକ ହୋଇଛି। କେତେଜଣ ଅର୍ଥଶାସ୍ତ୍ରୀ ଦାବି କରିଛନ୍ତି କି ସରକାରୀ ସଂଖ୍ୟାରେ ପାରଦର୍ଶିତା ନାହିଁ। ସେଥିପାଇଁ ଅସଲ ମହଙ୍ଗା ଦର ଏହାଠାରୁ ବହୁ ଅଧିକ, ଯେତିକି ଏହା ସରକାରୀ ସଂଖ୍ୟାରେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *