ରାଜ୍ୟ

୧୦୮ ଆମ୍ବୁଲାନ୍ସ ଅଚଳ ,ରୋଗୀ ହନ୍ତସନ୍ତ


ନିମାପଡ଼ା :ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଏକ ମାତ୍ର ୧୦୮ ଆମ୍ବୁଲାନ୍ସ ଟି ଦୀର୍ଘ ଦିନ ହେବ ଅଚଳ ହୋଇପଡ଼ିଛି ।ଫଳରେ ଡାକ୍ତରଖାନା କୁ ଦୂରଦୂରାନ୍ତ ରୁ ଆସୁଥିବା ରୋଗୀ ମାନେ ଆମ୍ବୁଲାନ୍ସ ସେବା ନପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନା ଟି ଜିଲ୍ଲାର ଫାଷ୍ଟ ରେଫରାଲ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବା ବେଳେ ଏଠାକୁ ଅସ୍ତରଙ୍ଗ ,କାକଟପୁର,ନିମାପଡ଼ା, କୋଣାର୍କ,ନିଆଳି ,ଜଗତସିଂହପୁର, ଗୋପ,ନୂଆହାଟ ଆଦି ଅଞ୍ଚଳର ଶତାଧିକ ରୋଗୀ ପ୍ରତିଦିନ ଆସିଥାନ୍ତି । ଏଠାରେ ଦୁଇଟି ୧୦୮ ଆମ୍ବୁଲାନ୍ସ ର ଆବଶ୍ୟକତା ଥିବା ବେଳେ ମାତ୍ର ଗୋଟିଏ ରେ କାମ ଚାଲିଛି ।ତେବେ ଏହି ଆମ୍ବୁଲାନ୍ସ ଟି ବାରମ୍ବାର ଅଚଳ ହେଉଥିବାରୁ ରୋଗୀ ମାନେ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ରେଫର ହେବା ପରେ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଧରି ଆମ୍ବୁଲାନ୍ସ କୁ ଅପେକ୍ଷା କରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳୁଛି । ଏଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର କୁ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *