ମୁଖ୍ୟ ଖବର

ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।  ଏ ଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ବିଜୟଙ୍କ ନାଁରେ ମୋହର ଲାଗିଛି।
ସେହିପରି କଂଗ୍ରେସ ରାଜନୈତକ ବ୍ୟାପାର କମିଟିକୁ ଏଆଇସିସିର ଅନୁମୋଦନ ମିଳିଛି। ଏହି କମିଟିରେ ପ୍ରଭାରୀ ଚେଲ୍ଲା କୁମାର ଓ଼ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୨୭ଜଣ ନେତା ରହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ଭକ୍ତ ଦାସଙ୍କ ନାଁ ଵି ରହିଛି। ଏହି କମିଟିରେ ଛାତ୍ର କଂଗ୍ରେସ ସଭାପତି, ଯୁବ କଂଗ୍ରେସ ସଭାପତି ଓ଼ ସେବା ଦଳ ସଭାପତିଙ୍କ ସମେତ ୫ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ ସ୍ଥାନ ମିଳିଛି।

Leave a Reply

Your email address will not be published. Required fields are marked *