ମନୋରଞ୍ଜନ

ବିଗ୍ ବିଙ୍କୁ ମିଳିଲା ବ୍ଲୁ ଟିକ୍

ମୁମ୍ବାଇ: ହାତ ଯୋଡ଼ିବା ପରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଟ୍ବିଟରରେ ମିଳିଲା ବ୍ଲୁ ଟିକ୍। ଗୁରୁବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌’ ‘ଟୁଇଟର୍‌’ ସମସ୍ତ ଆକାଉଣ୍ଟ୍‌ରୁ ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦେଇଥିଲା। ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦିଆଯିବ ବୋଲି ଗତ ମାର୍ଚ ମାସରେ ‘ଟୁଇଟର୍‌’ ସୂଚନା ଦେଇଥିଲା। ଦେୟ ନ ଦେଇଥିବାରୁ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍‌ ଓ ମମତା ବାନାର୍ଜୀ, କ୍ରିକେଟ୍‌ର୍‌ ବିରାଟ ‌କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍‌ ଆକାଉଣ୍ଟ୍‌ରୁ ‘ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟିଥିଲା।

‘ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହରାଇବା ପରେ ହାତ ଯୋଡ଼ି ମଜାଦାର ଢ଼ଙ୍ଗରେ ଟ୍ବିଟ୍ କରି ବ୍ଲୁ ଟିକ୍ ଫେରାଇବାକୁ ଲେଖିଥିଲେ ବିଗ୍ ବି। ଟଙ୍କା ଦେଇସାରିଛି, ଏବେ ବ୍ଲୁ ଟିକ୍ ଫେରାଇ ଦିଅ ବୋଲି ବିଗ୍ ବି ଲେଖିଥିଲେ। ତାଙ୍କର ଏଭଳି ଟ୍ବିଟ ପରେ ଏବେ ବିଗ୍ ବିଙ୍କ ଟ୍ବିଟର ଆକାଉଣ୍ଟ ନାଁ ଆଗକୁ ବ୍ଲୁ ଟିକ୍ ଫେରିଥିବା ଜଣାପଡ଼ିଛି। ବ୍ଲୁ ଟିକ୍ ଫେରିପାଇବା ପରେ ଅମିତାଭ ବଚ୍ଚନ ଟ୍ବିଟ କରି ଏଲନ ମସ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *