ଦେଶ- ବିଦେଶ

ସେପ୍ଟେମ୍ବରରେ ଭାରତ ଆସିବେ ଜୋ ବାଇଡେନ୍‌

ୱାସିଂଟନ୍‌: ଆଗାମୀ ସେପ୍ଟେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କ ପ୍ରଶାସନର ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ଥିବା ଅଧିକାରୀ ଡୋନାଲ୍‌ଡ୍‌ ଲୁ’ କହିଛନ୍ତି ଯେ, ୨୦୨୩ ଭାରତ-ଆମେରିକା ସମ୍ପର୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବ।

ସେ କହିଛନ୍ତି, ବିଶ୍ବର ମଙ୍ଗଳକାରୀ ଶକ୍ତି ଭାବେ ଉଭା ହେବାକୁ ‘ଜି-୨୦’ର ନେତୃତ୍ବ ଭାରତର ସାମର୍ଥ୍ୟକୁ ଆହୁରି ସମ୍ପ୍ରସାରିତ କରିଛି।

ଗୁରୁବାର ଦିନ ନିଉଜ୍‌ ଏଜେନ୍‌ସି ‘ପିଟିଆଇ’ ସହିତ କରିଥିବା ସାକ୍ଷାତ୍‌କାରରେ ଲୁ’ କହିଛନ୍ତି, ଏ ବର୍ଷ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ଅବଶ୍ୟ, ଭାରତ ‘ଜି-୨୦’ ଆୟୋଜନ କରୁଛି। ଚଳିତ ବର୍ଷ ଆମେରିକା ମଧ୍ୟ ‘ଏପିଇସି’ ଆୟୋଜନ କରୁଛି। ଜାପାନ ମଧ୍ୟ ‘ଜି୭’ ଆୟୋଜନ କରୁଛି। ଆମ ‘କ୍ବାଡ୍‌’ ସଦସ୍ୟମାନଙ୍କ ମଧ୍ୟରୁ ଅନେକ ନେତୃତ୍ବ  ନିର୍ବାହ କରୁଛନ୍ତି। ଏବଂ ସବୁ ଆମ ଦେଶମାନଙ୍କୁ ଏକତ୍ର ‌କରିବା ପାଇଁ ସୁଯୋଗ ଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ଆମ ରାଷ୍ଟ୍ରପତି ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଯିବେ। ‘ଜି-୨୦’ ନେତାଙ୍କ ଶିଖର ସମ୍ମିଳନୀର ଅଂଶବିଶେଷ ଭାବେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ। ଆଗାମୀ କେତେ ମାସ ଭିତରେ କ’ଣ ସବୁ ହେବ ସେ ବିଷୟରେ ଆମେ ବାସ୍ତବରେ ଖୁବ୍‌ ଆଗ୍ରହର ସହିତ ଅପେକ୍ଷା କରିଛୁ। ଚଳିତ ବର୍ଷ ତ ମାତ୍ର ୩ ମାସ ପୂରଣ କରିଛି। ଭଲ ଭଲ କାମ ହେବାକୁ ଆଗକୁ ଆହୁରି ଅନେକ ମାସ ପଡ଼ିଛି

Leave a Reply

Your email address will not be published. Required fields are marked *