ଦେଶ- ବିଦେଶ

ସତ୍ୟପାଲ ମଲ୍ଲିକଙ୍କ ସମର୍ଥନରେ ବାହାରିଲେ ଖାପ୍ ନେତା

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବିରୋଧରେ ସିବିଆଇ ମାମଲା ରୁଜ୍ଜୁ କରିଥିବାବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ହରିୟାଣାର ଖାପ୍ ନେତାମାନେ । ମଲ୍ଲିକଙ୍କ ସମର୍ଥନରେ ଦିଲ୍ଲୀରେ ଏକ ଖାପ୍ ପଂଚାୟତ ଆୟୋଜନ କରାଯାଇଥିବାବେଳେ ପୁଲିସ ଅନୁମତି ନ ମିଳିବାରୁ ତାହାକୁ ବାତିଲ କରିଦିଆଯାଇଛି ।

ମଲ୍ଲିକଙ୍କ ବିରୋଧରେ ସିବିଆଇ ମାମଲା ରୁଜ୍ଜୁ କରିବା ପରେ କେତେକ ଖାପ୍ ନେତା ଅଭିଯୋଗ କରିଥିଲେ ଯେ ତାଙ୍କୁ ଓ ଅନ୍ୟ କେତେକ ଖାପ ନେତାଙ୍କୁ ଦିଲ୍ଲୀର ଆରକେ ପୁରମ୍ ଥାନାରେ ଗିରଫ କରାଯାଇଛି । ଏହା ପ୍ରଚାରିତ ହେବା ପରେ ଦିଲ୍ଲୀରେ ଏକ ଖାପ୍ ପଞ୍ଚାୟତ ଆୟୋଜନ ପାଇଁ ଆହ୍ବାନ ଦିଆଯାଇଥିଲା ।

ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନର ପ୍ରାୟ ୩୬ଟି ପ୍ରମୁଖ ଖାପ ସଂଗଠନର ନେତାମାନେ ଦିଲ୍ଲୀରେ ଏକ ମହାପଞ୍ଚାୟତ ଆୟୋଜନ ପାଇଁ ଆହ୍ବାନ ଦେଇଥିଲେ । କିନ୍ତୁ ଦିଲ୍ଲୀ ପୁଲିସ ଏହି ପଂଚାୟତକୁ ଅନୁମତି ଦେଇନଥିଲା । ଏହା ସହ କେତେକ ଖାପ୍ ନେତାମାନଙ୍କୁ ଅଟକ ରଖାଯାଇଥିବା ପ୍ରଚାର ହୋଇଥିଲା । ଭାରତୀୟ କିସାନ ୟୁନିୟନର ମୁଖ୍ୟ ଗୁରନାମ ସିଂ ମଧ୍ୟ ଏହା କହିଥିଲେ । କିନ୍ତୁ ପରେ ଦିଲ୍ଲୀ ପୁଲିସ ଏହାକୁ ଅସ୍ବୀକାର କରିଥିଲା । ସତ୍ୟପାଲଙ୍କୁ କେବଳ ପଚରାଉଚୁରା ପାଇଁ ଡକାଯାଇଥିଲା ଓ ଗିରଫ କରାଯାଇନାହିଁ ବୋଲି ପୁଲିସ ଟୁଇଟ କରି ସୂଚନା ଦେଇଥିଲା ।

Leave a Reply

Your email address will not be published. Required fields are marked *