ରାଜ୍ୟ

ଟ୍ରକ୍‌କୁ ପିଟିଲା ସ୍କପିଓ; ୨ ଯୁବକ ମୃତ

ଭଦ୍ରକ ସୂଚନା ଅନୁସାରେ ଆଜି ଅପରାହ୍‌ଣରେ କୋଲକାତାରୁ ଭୁବେନେଶ୍ୱର ଅଭିମୁଖେ ଯାଉଥିବା ପଶ୍ଚିମବଙ୍ଗର ଏକ ସ୍କର୍ପିଓ (ଡବ୍ଲୁବି ୩୮ଏଏସ୨୬୯୬) ଆଗ ଚକ ଫାଟିବାରୁ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପାଖରେ ଏକ ଟ୍ରକକୁ ପଛରୁ ଧକ୍କା ମାରିଥିଲା। ଧକ୍କା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ପଲାଇ ଯାଇଥିଲା ବେଳେ ସ୍ଥାନୀୟ ଲୋକେ ସ୍କପିଓରେ ଥିବା ଡ୍ରାଇଭର ସମେତ ତିନିଜଣକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇଥିଲେ। ଖବର ପାଇ ଗ୍ରାମଞ୍ଚଳ ପୁଲିସ ପହଂଚି ମୃତଦେହ ଦୁଇଟିକୁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହ ତାଙ୍କର ପରିଚୟ ଖୋଜୁଥିବା ଜଣାପଡିଛି।: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲ ହାଇଟେକ କଲେଜ ପାଖରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *