ମନୋରଞ୍ଜନ

୨୦କୋଟିର କ୍ଷତି ସହିଲେ ନିର୍ମାତା

ହାଇଦ୍ରାବାଦ: କିଛି ଦିନ ତ‌ଳେ ସାମନ୍ଥାଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଲମ୍’ ରିଲିଜ୍ ହୋଇଥିବା ବେ‌ଳେ ବକ୍ସ ଅଫିସରେ ଫିଲ୍ମଟି ଭଲ ବ୍ୟବସାୟ କରିପାରିନାହିଁ। ଫିଲ୍ମକୁ ଅନେକ ସମୟ ଧରି ଦର୍ଶକ ଅପେକ୍ଷା କରି ରହିଥିଲେ ବି ଫିଲ୍ମଟି ଏପର୍ଯ୍ୟନ୍ତ ମାତ୍ର ୫କୋଟି ଆୟ କରିପାରିଛି।

ତେଲୁଗୁସିନେମା ଡଟ୍ କମ୍ ଅନୁଯାୟୀ, ପ୍ରାୟ ୬୦କୋଟି ଟଙ୍କା ବଜେଟରେ ଶକୁନ୍ତଲମ ନିର୍ମାଣ କରାଯାଇଥିଲା। ଏହାକୁ ପ୍ରେକ୍ଷାଳୟରେ ରିଲିଜ୍ କରିବା ପୂର୍ବରୁ ଏକ ଷ୍ଟ୍ରିମିଂ ସଂସ୍ଥାକୁ ୩୫କୋଟି ଟଙ୍କାରେ ବିକ୍ରି କରିଥିଲେ ନିର୍ମାତା। ହେଲେ ବକ୍ସ ଅଫିସରେ ଫିଲ୍ମ ଫ୍ଲପ ହେବାରୁ ସାଟେଲାଇଟ କମ୍ପାନିକୁ ୧୫କୋଟିରେ ଫିଲ୍ମ ବିକ୍ରି କରିବାର ଡିଲ୍ ଏପର୍ଯ୍ୟନ୍ତ ଫାଇନାଲ ହୋଇପାରିନାହିଁ। ଏହି କାରଣରୁ ‘ଶକୁନ୍ତଲମ’ର ପ୍ରଯୋଜକ ଦିଲ ରାଜୁ ଏବଂ ଗୁଣଶେଖର ୨୦କୋଟିରୁ ଅଧିକ ଟଙ୍କା କ୍ଷତି ସହିବେ ବୋଲି ଜଣାପଡ଼ିଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିବାରୁ ପ୍ରଯୋଜକ ସାଟେଲାଇଟ ଚ୍ୟାନେଲ ଓ ଓଟିଟିରୁ ଖର୍ଚ୍ଚ ହୋଇଥିବା ଟଙ୍କା ଆଦାୟ କରିବେ ବୋଲି ଭାବିଥିଲେ। ହେଲେ ଏବେ ତାହା ହୋଇପାରିନାହିଁ।

ଏହା ପୂର୍ବରୁ ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କ କ୍ୟାରିୟରକୁ ନେଇ ବରିଷ୍ଠ ପ୍ରଯୋଜକ-ନିର୍ଦ୍ଦେଶକ ଚିଟ୍ଟି ବାବୁ କହିଥିଲେ ଯେ, “ସାମନ୍ଥା ତାଙ୍କ ଛାଡପତ୍ର ପରେ ‘ପୁଷ୍ପା: ଦି ରାଇଜ’ରେ ‘ଓ ଆଣ୍ଟାଭା’ ଆଇଟମ୍ ଗୀତ କରିଥିଲେ। ସେ ଟଙ୍କା ପାଇଁ ଏହା କରିଥିଲେ। ଷ୍ଟାର ହିରୋଇନ୍ ମାନ୍ୟତା ହରାଇବା ପରେ ସେ ଯାହା କିଛି ଅଫର୍ ମିଳୁଛି ତାହା କରୁଛନ୍ତି। ହିରୋଇନ୍ ଭାବରେ ତାଙ୍କର କ୍ୟାରିଅର୍ ସମାପ୍ତ ହୋଇଛି ଏବଂ ସେ ଆଉ ଷ୍ଟାରଡମକୁ ଫେରି ପାରିବେ ନାହିଁ। ଜୀବନ ବଞ୍ଚିବା ପାଇଁ ଏବେ ତାଙ୍କୁ ଯାହା ବି ଅଫର ମିଳୁଛି ତାକୁ ଗ୍ରହଣ କରିବା ଉଚିତ୍।”

Leave a Reply

Your email address will not be published. Required fields are marked *