ବିଶେଷ

ଖୁବଶୀଘ୍ର ଲଞ୍ଚ ହେବ ୧୦୦ ଟଙ୍କିଆ କଏନ

ନୂଆଦିଲ୍ଲୀ: ଆପଣ ୫, ୧୦ ଏବଂ ୨୦ ଟଙ୍କିଆ ମୁଦ୍ରା ଦେଖିଥିବେ | ଆଉ ଖୁବଶୀଘ୍ର ଆପଣ ୧୦୦ ଟଙ୍କିଆ କଏନ ମଧ୍ୟ ଦେଖିବାକୁ ପାଇବେ | ସରକାର ଖୁବ ଶୀଘ୍ର ୧୦୦ ଟଙ୍କିଆ ମୁଦ୍ରା ଲଞ୍ଚ କରିବାକୁ ଯାଉଛନ୍ତି | ଏହି ମୁଦ୍ରା ସାଧାରଣ ମୁଦ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ | ମିଳିଥିବା ସୂଚନା ମୁତାବକ ମୁଦ୍ରାର ଗୋଲେଇ ୪୪ ମିମି ହେବ। ଏହା ରୂପା, ତମ୍ବା, ନିକେଲ୍ ଏବଂ ଜିଙ୍କ ଭଳି ଚାରୋଟି ଧାତୁରେ ତିଆରି ହେବ | ସରକାର କହିଛନ୍ତି ଯେ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିବ ଏବଂ ଏହା ତଳେ ସତ୍ୟମେବ ଜୟତେ ଲେଖାଯିବ। ସେହିପରି ଅନ୍ୟପାର୍ଶ୍ୱରେ ଏକ ମାଇକ୍ରୋଫୋନ୍ ଚିତ୍ର ରହିବ ଏବଂ ଏହା ଉପରେ ୨୦୨୩ ଲେଖାଯିବ |ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଭାରତ ଏବଂ ଅନ୍ୟ ପଟେ ଇଣ୍ଡିଆ ଲେଖାଯିବ ଏବଂ ₹ ପ୍ରତୀକ ରହିବ । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ ମାଧ୍ୟମରେ ‘ମନ କି ବାତ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥାନ୍ତି। ଆଉ ଖୁବଶୀଘ୍ର ଏହି କାର୍ଯ୍ୟକ୍ରମ ୧୦୦ ତମ ଏପିସୋଡରେ ପାଦ ଥାପିବ | ଏହି ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଲଞ୍ଚ କରିବାକୁ ଯୋଜନା କରାଯାଇଛି | ମୁଦ୍ରାରେ ‘ମନ୍ କି ବାତ ୧୦୦’ ଲେଖାଯିବ। ମୋଦୀଙ୍କ ‘ମନ କି ବାତ’ର ୧୦୦ ତମ ଏପିସୋଡ ଏପ୍ରିଲ ୩୦ ରେ ପ୍ରସାରିତ ହେବ। ଏ ସମ୍ପର୍କରେ ବିଜେପି ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି। ବିଜେପି ମଧ୍ୟ ଏକ ଲକ୍ଷରୁ ଅଧିକ ବୁଥରେ ପ୍ରସାରଣ କରିବାକୁ ଯୋଜନା କରିଛି। ଦଳ ଚାହୁଁଛି ଯେ ଏହା ସମଗ୍ର ବିଶ୍ୱରେ ପ୍ରସାରିତ ହେଉ। ସୂଚନା ଥାଉ କି ଯେ ମୋଦୀଙ୍କ ‘ମନ କି ବାତ ରେଡିଓ ପ୍ରସାରଣ ଅକ୍ଟୋବର ୩, ୨୦୧୪ରୁ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *