ଖେଳ

ଆଇପିଏଲ୍ : ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୩୦ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବାବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚ ଛଡ଼ାଇ ଆଣିଥିଲେ ।

ମୋହିତ ଶର୍ମା ପକାଇଥିବା ଶେଷ ଓଭରରେ ଲକ୍ଷ୍ନୌ ମାତ୍ର ୪ ରନ ହିଁ କରିପାରିଥିଲା । ଏହି ଓଭରରେ କେଏଲ ରାହୁଲ ଆଉଟ ହେବା ପରେ ପଛକୁ ପଛ ଆଉ ୩ ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ, ଫଳରେ ଦଳ ପରାଜୟ ବରଣ କରିଥିଲା ।

ଲକ୍ଷ୍ନୌ ପକ୍ଷରୁ ଅଧିନାୟକ କେଏଲ ରାହୁଲ ସର୍ବାଧିକ ୬୮ରନ କରିଥିବାବେଳେ କାଇଲ ମେୟର୍ସ ୨୪ରନ ଓ କ୍ରୁନାଲ ପାଣ୍ଡ୍ୟା ୨୩ରନ କରିଥିଲେ ।  ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ରନ କରିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୬୬ରନ ଓ ରିଦ୍ଧିମାନ ଶାହା ୪୭ରନ କରିଥିଲେ । ଲକ୍ଷ୍ନୌ ଆଗରେ ୧୩୬ ରନର ଏକ ଛୋଟିଆ ଲକ୍ଷ୍ୟ ରଖିଥିଲେ ବି ଗୁଜରାଟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ନିଜ ଦଳ ପାଇଁ ଏକ ଚମତ୍କାର ବିଜୟ ଆଣିଦେଇଥିଲେ । ବିଶେଷକରି ମୋହିତ ଶର୍ମା ନିଜ ଶେଷ ଓଭରରେ ଚମତ୍କାର ବୋଲିଂ କରି ମ୍ୟାଚ ଲକ୍ଷ୍ନୌ ହାତରୁ ଛଡାଇ ଆଣିଥିଲେ ।

Leave a Reply

Your email address will not be published. Required fields are marked *