ରାଜ୍ୟ

କୁଆପଥର ବର୍ଷା, ଉଜୁଡ଼ିଲା ଧାନଫସଲ

ବରଗଡ଼ ଅଫିସ,୨୨ା୪: ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ଝଡ଼ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି।ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ସତ, କିନ୍ତୁ କୁଆପଥର ବୃଷ୍ଟି ଯୋଗୁ ଅମଳକ୍ଷମ ଅବସ୍ଥାରେ ରହିଥିବା ଚାଷୀଙ୍କ ଧାନଫସଲ ଉଜୁଡି ଯାଇଛି। ଜିଲାର ଅତାବିରା ବ୍ଲକର ଅତାବିରା, ଗୋଡ଼ଭଗା ଲସ୍ତଲା ଆଦି ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଧାନଫସଲ ଅଧିକ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିଥିବାରୁ ଚାଷୀ ଚିନ୍ତିତ ହୋଇପଡ଼ିଛି। ଗତ କିଛିଦିନ ହେଲା ଅଜଣା ରୋଗରେ ଧାନକେଣ୍ଡା ଶୁଖି ଯାଇଥିଲା। ତା’ର ପ୍ରତିକାର ହୋଇ ପାରି ନ ଥିବା ବେଳେ କୁଆପଥର ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଜିଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *