ମନୋରଞ୍ଜନ

ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହେଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଗିନିଜ ୱାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ସେ ତାଙ୍କ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ନିକଟରେ ମୁମ୍ବାଇରେ ପହଞ୍ଚିଥିଲେ। ଏକ ଇଭେଣ୍ଟରେ ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ତାଙ୍କର ବହୁ ପ୍ରଶଂସକ ମଧ୍ୟ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଅକ୍ଷୟ ତିନି ମିନିଟରେ ନିଆଯାଇଥିବା ସର୍ବାଧିକ ‘ସେଲଫି’ ପାଇଁ ଗିନିଜ ୱାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଅକ୍ଷୟ କୁମାର ୩ ମିନିଟରେ ୧୮୪ ସେଲଫି ସହିତ ଗିନିଜ ୱାଲର୍‌ଡ ରେକର୍ଡରେ ତାଙ୍କ ନାଁ ସାମିଲ କରିଛନ୍ତି।
ଅକ୍ଷୟ କୁମାରଙ୍କ ଫିଲ୍ମ ’ସେଲଫି’ରେ ଇମ୍ରାନ ହାଶମୀ ମଧ୍ୟ ନଜର ଆସିବେ। ଉଭୟ ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଏକାଠି କାମ କରିବେ।

Leave a Reply

Your email address will not be published. Required fields are marked *