ରାଜ୍ୟ

ଦଶପଲ୍ଲାରେ ଫୁଟିଲା ବୋମା

ନୟାଗଡ଼ :ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ସମ୍ମୁଖ ନେତାଜୀ ମଇଦାନ ରାସ୍ତାର ନାରାୟଣଗଞ୍ଜ ହାଟ ରାସ୍ତାରେ ବୋମା ଫୁଟିଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ହାଟ ରାସ୍ତାରେ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟିକୁ ଦଶପଲା ପୋଲିସ ଜଗିରହିଛି। ନୟାଗଡ଼ରୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିିଲା ପରେ ଏହାକୁ ନିଷ୍କ୍ରିୟ କରାଯିବ।
ଶନିବାର ସକାଳେ ନାରାୟଣଗଞ୍ଜ ହାଟରୁ ଖାଲମଡ଼ା ଗ୍ରାମର ୬୭ ବର୍ଷୀୟ ସାଗର ନାୟକ ଓ ବୁଗୁଡ଼ା ଗ୍ରାମର ୬୦ ବର୍ଷୀୟ ବିଦ୍ୟା ପ୍ରଧାନ କିଛି ରାଶନ କିଣି ଫେରୁଥିଲେ। ରାସ୍ତାରେ ଦୁଇଟି ବୋମା ପଡ଼ିଥିବା ଦେଖିବା ବେଳେ ଗୋଟିଏ ଫୁଟି ଯାଇଥିଲା। ଶବ୍ଦ ଶୁଣି ଘଟଣାସ୍ଥଳରେ ଶହ ଶହ ଲୋକ ପହଞ୍ଚିବା ସହ ଦଶପଲ୍ଲା ପୋଲିସକୁ ଖବର ଦେଇଥିଲେ । ପରେ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Leave a Reply

Your email address will not be published. Required fields are marked *